ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠା ରଥଯାତ୍ରା;ଆଡ଼ପ ମଣ୍ଡପରେ ନରହରି ଓ ମୀନ ଅବତାରରେ ମହାପ୍ରଭୁ

ବେଲଗୁଣ୍ଠା- ରଥରୁ ଆଡ଼ପ ମଣ୍ଡପରେ ବିଜେ ପରେ ଭକ୍ତଙ୍କୁ ବିଭିନ୍ନ ଅବତାରରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

ଏହି ଅବସରରେ ବେଲଗୁଣ୍ଠା ପେଣ୍ଠ ସାହି ଆଡ଼ପ ମଣ୍ଡପରେ ମହାପ୍ରଭୁ ଶୁକ୍ରବାର ଦିନ ମୀନ ଅବତାରରେ ଦର୍ଶନ ଦେଇଥିବା ବେଳେ ଶନିବାର ଦିନ ନୃସିଂହ ଅବତାରରେ ଦର୍ଶନ ଦେଇଛନ୍ତି।

ଶନିବାର ଭୋର୍ ପାଞ୍ଚ ଘଣ୍ଟା ସମୟରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପରେ ପରେ ମହାପ୍ରଭୁଙ୍କ ବେଶଲାଗି,ଅବକାଶ ନୀତି,ବଲ୍ଲଭ ଏବଂ ଅନ୍ୟାନ୍ୟ ଦୈନିକ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନରେ ମହାପ୍ରଭୁଙ୍କ ନିକଟରେ ଅନ୍ନଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ପରେ ପରେ ମହାପ୍ରଭୁ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ସାତଟା ତିରିଶି ମିନଟ ସମୟରେ ଆଡ଼ପ ମଣ୍ଡପରେ ଆଳତି ଅନୁଷ୍ଠିତ ହେବା ସହ ମହାପ୍ରଭୁଙ୍କ ନୃସିଂହ ବେଶ ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ପ୍ରତ୍ୟେକ ନୀତି,ବେଶ ଏବଂ ଆଳତି ଦେଖିବା ପାଇଁ ପେଣ୍ଠ ସାହିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମନ୍ଦିରର ମୁଖ୍ୟ ପୂଜକ ରାଧା ମୋହନ ଦାସ ଏବଂ ଅନୀଲ କୁମାର ପାତ୍ର ସମସ୍ତ ନୀତି ନିର୍ଘଣ୍ଟ ସମାପନ କରିଥିଲେ। ମନ୍ଦିର ପରିଚାଳନା ଟ୍ରଷ୍ଟି ଚିଦାନନ୍ଦ ପାତ୍ରଙ୍କ ତତ୍ତ୍ଵାବଧାନରେ ପରିଚାଳନା କମିଟି ସଦସ୍ୟମାନେ ସମସ୍ତ ନୀତି ନିର୍ଘଣ୍ଟରେ ସହଯୋଗ କରିଥିଲେ। ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କ ନେତୃତ୍ବରେ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!