ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବେଲଗୁଣ୍ଠା ପ୍ରେସକ୍ଲବ୍ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବେଲଗୁଣ୍ଠା-୧୭/୮-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ‘ପ୍ରେସ କ୍ଲବ୍ ବେଲଗୁଣ୍ଠା’ର ଏକ ସାଙ୍ଗଠନିକ ବୈଠକ କୀରାପଲିସ୍ଥିତ ମା’ କୁମାରଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବୈଠକ ଆରମ୍ଭରେ ତିନି ଥର ଓଁକାର ଧ୍ୱନି ଉଚ୍ଚାରଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।

ଏହି ବୈଠକରେ ସଂଘର ବିଭିନ୍ନ ସୁବିଧା, ଅସୁବିଧା, ସମସ୍ୟା ତଥା ସାଙ୍ଗଠନିକ ସୁଦୃଢ଼ୀକରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ କ୍ଲବର ବାର୍ଷିକ ଉତ୍ସବ ପାଳନ କରିବା ଏବଂ ସଂଘ ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ନେଇ ସଭାପତି ଗୁରୁତ୍ୱାରୋପ କରିଥିଲେ। ଏଥିସହ ସଂଘର ଏକ ମାସିକ ବଜେଟ୍ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ କ୍ଲବ୍ ପକ୍ଷରୁ ନିୟମିତ କରାଯାଉଥିବା ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ ଭଳି ସମାଜମଙ୍ଗଳ କାର୍ଯ୍ୟକ୍ରମକୁ ଆହୁରି ଲୋକାଭିମୁଖୀ କରାଯାଇପାରିବ। ବେଲଗୁଣ୍ଠା ପ୍ରେସ କ୍ଲବ୍ ସର୍ବଦା ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଖବର ପ୍ରସାରଣ କରିବା ଉପରେ ଉପସ୍ଥିତ ସଭ୍ୟମାନେ ନିଜର ମତାମତ ରଖିଥିଲେ। ଖବର ପ୍ରସାରଣ ଏବଂ ତଥ୍ୟ ସଂଗ୍ରହ ଦିଗରେ ଅଧିକ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ସଭାପତି ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ସୂର୍ଯ୍ୟନାରାୟଣ ତ୍ରିପାଠୀ ସଂଘର ବାର୍ଷିକ ବଜେଟ୍ ଓ ଅନ୍ୟାନ୍ୟ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ, ଯାହାଫଳରେ ଆଗାମୀ ଦିନରେ ସଂଘ ଆହୁରି ସୁଦୃଢ଼ ହୋଇପାରିବ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ‘ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା’ରେ ସାମ୍ବାଦିକଙ୍କ ପରିବାର ସମେତ ପିତାମାତାଙ୍କୁ କିପରି ସାମିଲ କରାଯାଇପାରିବ, ସେ ନେଇ ଆଗାମୀ ଦିନରେ ସଂଘ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ସନ୍ତୋଷ କୁମାର ବିଷୋୟୀ, ମାଧବ ଚନ୍ଦ୍ର ଆପଟ, ନବକିଶୋର ମହାରଣା,ସୁଶାନ୍ତ କୁମାର ବେହେରା,ସଦାଶିବ ପାଣିଗ୍ରାହୀ,ଏ.ମନୋଜ କୁମାର ପାତ୍ର,ଶିବରାମ ଚୌଧୁରୀ, ଚନ୍ଦନ କୁମାର ସାହୁ,ତୋଫାନ କୁମାର ସାହୁ,କୃଷ୍ଣ ଚନ୍ଦ୍ର ପଟ୍ଟନାୟକ,ସରୋଜ କୁମାର ଶତପଥୀ,ପ୍ରଦୀପ କୁମାର ଚୌଧୁରୀ,ପଞ୍ଚାନନ ନାୟକ, ସୁରେଶ ସୁବୁଦ୍ଧି,ପଞ୍ଚାନନ ସାହୁ,ସୁଧାଂଶୁ ବିଷୋୟୀ,ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!