ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ

ଭଞ୍ଜନଗର -(ମାଗୁଣି ମିଶ୍ର ) : ତାରସିଂ ପୋଲିସ ଏକ ବଡ ଧରଣର ଅଘଟଣ କୁ ରୋକିବାରେ ସଫଳ ହୋଇଛି। ରବିବାର ରାତି ପ୍ରାୟ ୧୨ ଟା ସମୟରେ ତାରସିଂ ଥାନାର ଇନ୍ସପେକ୍ଟର ଏ. କେ. ପ୍ରଧାନ ଅନ୍ୟ ଥାନା କର୍ମଚାରୀଙ୍କ ସହ ମିଶି ଗାଲେରି, ବ୍ରାହ୍ମଣପଦର, ଵଦାଙ୍ଗି ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ଗାଲେରି ଓ ଢ଼େପ ସାହି ମଧ୍ୟସ୍ଥ ମୁଖ୍ୟ ରାସ୍ତାରେ ଥିବା ମା ‘ ବ୍ରାହ୍ମଣଦେବୀ ମନ୍ଦିର ନିକଟରେ ବେଆଇନ ଅସ୍ତ୍ରଶସ୍ତ୍ର ଧରି ସନ୍ଦେହଜନକ ଭାବେ କିଛି ବ୍ୟକ୍ତି ଅପରାଧିକ କାର୍ଯ୍ୟ ଘଟାଇବାକୁ ବୁଲୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ। ପୋଲିସ ଟିମ ତୁରନ୍ତ ସେଠାରେ ପହଞ୍ଚିଥିଲେ ଏବଂ ଚଢ଼ାଉ କରି ଦୁଇ ଜଣଙ୍କୁ କାବୁ କରିଥିଲେ।ସେମାନେ ହେଲେ ଭଞ୍ଜନଗର ଥାନା ଅଞ୍ଚଳର ମୁନା ଗନ୍ତାୟତ ଏବଂ ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳର ମଦନ ମାଝୀ। ସେମାନଙ୍କ ତଲାସି ନେବାରେ ଗୋଟିଏ ଦେଶୀ ବନ୍ଧୁକ (ସିଙ୍ଗଲ ସଟ ), ଗୋଟିଏ ଲୁହା ଖଣ୍ଡା, ଦୁଇଟି ମୋବାଇଲ ଫୋନ ଓ OD-୩୨-୬୮୭୩ ନମ୍ବର ବିଶିଷ୍ଟ ଗୋଟିଏ ନାଲି ରଙ୍ଗର ପଲସର ବାଇକ ଜବତ କରିଥିଲେ।ଏ ସଂକ୍ରାନ୍ତରେ ବେଆଇନ ମରଣାସ୍ତ୍ର ରଖିବାକୁ ନେଇ ତାରସିଂ ଥାନା କେସ ନଂ ୨୮୦ /୨୬ ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ ଶୁଭଲଷ୍ମୀ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!