ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର ପୋଲିସ ଜାଲରେ ଗଞ୍ଜେଇ ମାଫିଆ :ଗାଡି ସହ ଗଞ୍ଜେଇ ଜବତ

ରିପୋର୍ଟ -ମାଗୁଣୀ ମିଶ୍ର,ଭଞ୍ଜନଗର 

ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆକ୍ସନ ମୋଡରେ ଭଞ୍ଜନଗର ପୋଲିସ। ଗତ ୧୭ ତାରିଖ ଅପରାହ୍ନ ପ୍ରାୟ ୨. ୧୫ ଟା ସମୟରେ ଭଞ୍ଜନଗର ଥାନା ଅଞ୍ଚଳରେ ଦିବା କାଳୀନ ପେଟ୍ରୋଲିଂ ଓ ବ୍ଲକିଂ ଡ୍ୟୁଟି ଚାଲିଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ମାରୁତି ସୁଜିକ ଜେନ କାର ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ ମାଡି ବସିଲା ଭଞ୍ଜନଗର ପୋଲିସ ଏବଂ ଏନେଇ ଏସଆଇ ଲକ୍ଷ୍ମୀଧର ମହାନ୍ତିଙ୍କୁ ସୂଚନା ମିଳିଥିଲା ଯେ ସେ ଓ ତାଙ୍କ ଟିମ ଡହ ରୋଡ ନିକଟରେ ଏକ ଲାଲ ରଙ୍ଗର ମାରୁତି ସୁଜିକ ଜେନ VXI କାର ନଂ OR-05S-5655 କୁ ଅଟକାଇଥିଲେ। ଗାଡିର ଡ଼ିକିରେ ବେଆଇନ ତଲାସି କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏହି ଗଞ୍ଜେଇକୁ ବ୍ରହ୍ମପୁରରେ ବିକ୍ରୟ କରିବା ଉଦେଶ୍ୟରେ ନେଉଥିଲେ। କାର ରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ ଜବତ କରାଯାଇଥିଲା, ମାଜିଷ୍ଟ୍ରେଟ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ତଲାସି କରାଯାଇ ୩୫. ୫୫୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା।ଅଭିଯୁକ୍ତମାନେ ହେଲେ ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ ଉଭୟଙ୍କ ଘର ଇନ୍ଦ୍ରଗଡ଼ ସୁବର୍ଣ୍ଣପୁର ଥାନା ରାଇକିଆ, କନ୍ଧମାଳ ଅଞ୍ଚଳର ବୋଲି କହିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏନେଇ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇ କହିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!