ରିପୋର୍ଟ -ମାଗୁଣୀ ମିଶ୍ର,ଭଞ୍ଜନଗର
ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଆକ୍ସନ ମୋଡରେ ଭଞ୍ଜନଗର ପୋଲିସ। ଗତ ୧୭ ତାରିଖ ଅପରାହ୍ନ ପ୍ରାୟ ୨. ୧୫ ଟା ସମୟରେ ଭଞ୍ଜନଗର ଥାନା ଅଞ୍ଚଳରେ ଦିବା କାଳୀନ ପେଟ୍ରୋଲିଂ ଓ ବ୍ଲକିଂ ଡ୍ୟୁଟି ଚାଲିଥିବା ବେଳେ କୋଣସି ସୂତ୍ରରୁ ଖବର ପାଇ ମାରୁତି ସୁଜିକ ଜେନ କାର ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ ମାଡି ବସିଲା ଭଞ୍ଜନଗର ପୋଲିସ ଏବଂ ଏନେଇ ଏସଆଇ ଲକ୍ଷ୍ମୀଧର ମହାନ୍ତିଙ୍କୁ ସୂଚନା ମିଳିଥିଲା ଯେ ସେ ଓ ତାଙ୍କ ଟିମ ଡହ ରୋଡ ନିକଟରେ ଏକ ଲାଲ ରଙ୍ଗର ମାରୁତି ସୁଜିକ ଜେନ VXI କାର ନଂ OR-05S-5655 କୁ ଅଟକାଇଥିଲେ। ଗାଡିର ଡ଼ିକିରେ ବେଆଇନ ତଲାସି କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ ଏହି ଗଞ୍ଜେଇକୁ ବ୍ରହ୍ମପୁରରେ ବିକ୍ରୟ କରିବା ଉଦେଶ୍ୟରେ ନେଉଥିଲେ। କାର ରୁ ଦୁଇଟି ଗଞ୍ଜେଇ ଭର୍ତ୍ତି ଜରି ବ୍ୟାଗ ଜବତ କରାଯାଇଥିଲା, ମାଜିଷ୍ଟ୍ରେଟ ଓ ଅନ୍ୟ ସାକ୍ଷୀମାନଙ୍କ ଉପସ୍ଥିତିରେ ତଲାସି କରାଯାଇ ୩୫. ୫୫୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ଜବତ କରାଯାଇଥିଲା।ଅଭିଯୁକ୍ତମାନେ ହେଲେ ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ ଉଭୟଙ୍କ ଘର ଇନ୍ଦ୍ରଗଡ଼ ସୁବର୍ଣ୍ଣପୁର ଥାନା ରାଇକିଆ, କନ୍ଧମାଳ ଅଞ୍ଚଳର ବୋଲି କହିଥିଲେ। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏନେଇ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଆଜି ଏକ ପ୍ରେସ ବିବୃତିରେ ସୂଚନା ଦେଇ କହିଛନ୍ତି।









