ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ସ୍ୱଚ୍ଛତା ପାଇଁ ଇଲେକ୍ଟ୍ରିକସିଆନ୍ ଓ ପ୍ଲମ୍ବର ଆସୋସିଆନ୍ ପକ୍ଷରୁ ନିଆରା ପ୍ରୟାସ

ରିପୋର୍ଟ: ରାଜକିଶୋର ସାବତ, ଶେରଗଡ଼

ଶେରଗଡ଼:ପବିତ୍ର ରଥଯାତ୍ରା ଅବସରରେ ଶେରଗଡ଼ ଆଡ଼ପ ମଣ୍ଡପ (ଗୁଣ୍ଡିଚା ମନ୍ଦିର) ପରିସର ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥାନୀୟ ଇଲେକ୍ଟ୍ରିକସିଆନ୍ ଏବଂ ପ୍ଲମ୍ବର ଆସୋସିଆନ୍ ତରଫରୁ ଏକ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଶେରଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁ ଆଡ଼ପ ମଣ୍ଡପକୁ ବିଜେ କରିଥିବା ବେଳେ ଶ୍ରଦ୍ଧାଳୁଙ୍କ ଜନସମାଗମକୁ ଦୃଷ୍ଟିରେ ରଖି ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ଏସୋସିଆନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଆଡ଼ପ ମଣ୍ଡପ ସମୁଖ ରାସ୍ତା, ମନ୍ଦିର ପ୍ରାଙ୍ଗଣ ଓ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଫା କରିବା ସହ ସମସ୍ତ ଅଳିଆ ଆବର୍ଜନା ସଂଗ୍ରହ କରିଥିଲେ। ଏହା ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ପରିବେଶ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ସଂଘ ପକ୍ଷରୁ ଅନୁରୋଧ ଓ ସଚେତନ କରାଯାଇଥିଲା ।

ମହାପ୍ରଭୁଙ୍କ ଘୋଷଯାତ୍ରା ଓ ଆଡ଼ପ ମଣ୍ଡପରେ ଭକ୍ତମାନଙ୍କ ସେବା କରିବାର ଏହା ଏକ ଛୋଟ ପ୍ରୟାସ। ବୃତ୍ତିଗତ କାମ ସହ ସମାଜ ପ୍ରତି ଥିବା ଦାୟିତ୍ୱକୁ ନିଭାଇବା ଏବଂ ଶେରଗଡ଼କୁ ସ୍ୱଚ୍ଛ ରଖିବା ଆମର ମୁଖ୍ୟ ଉଦ୍ଦେଶ୍ୟ।” ଏହି ଅଭିଯାନରେ ଆସୋସିଆନର ସମସ୍ତ ସଦସ୍ୟ ସ୍ୱେଚ୍ଛାକୃତ ଭାବେ ଯୋଗଦେଇ ନିଜର ଶ୍ରମଦାନ କରିଥିଲେ।ଶ୍ରୀ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡ଼ା ଯାତ୍ରା ଯାଏଁ ସକାଳ ଭୋର୍ ୪ଘଣ୍ଟ ସମୟ ରେ ଯାଇ ଆଡ଼ପ ମଣ୍ଡପ ତଥା ରଥ ଚାରିପର୍ଶ୍ଵ ସଫା କରିବା ସହିତ ସନ୍ଧ୍ୟା ସମୟ ରେ ଗହଳି ପୂର୍ଣ୍ଣ ଜାଗାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି। ରଥଯାତ୍ରାର ଏହି ପବିତ୍ର ମହୋତ୍ସବରେ ସଂଘର ଏଭଳି ନିଷ୍ଠାପର ଓ ସାମାଜିକ କାର୍ଯ୍ୟକୁ ଶେରଗଡ଼ ଅଞ୍ଚଳର ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!