ବନ୍ଧୁକ ସହ ୪ ଗ୍ୟାଙ୍ଗଷ୍ଟାର ଗିରଫ : ଭଞ୍ଜନଗର ପୋଲିସ କୁ ମିଳିଲା ବଡ଼ ସଫଳତା

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର – ଭଞ୍ଜନଗର ପୋଲିସ କୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା, ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାତ୍ର ୧୧ ଘଣ୍ଟ ସମୟରେ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ପୋଲିସ କର୍ମଚାରୀମାନେ ଚକରା ବିଷୋୟୀ ଛକ ନିକଟରେ ଯାନବାହାନ ଯାଞ୍ଜ କରୁଥିଲେ। ସେହି ସମୟରେ ଦୁଇଟି ମୋଟରସାଇକେଲ ରେ ଚାରିଜଣ ବ୍ୟକ୍ତି କନ୍ଧମାଳ ପଟୁ ଆସୁଥିବା ବେଳେ ପୋଲିସ କୁ ଦେଖି ସେମାନେ କନ୍ଧମାଳ ଆଡକୁ ଫେରି ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପୋଲିସ ସେମାନଙ୍କୁ ପିଛା କରି ଭଞ୍ଜନଗର ବ୍ରିଜ ନିକଟରେ ଅଟକାଇଥିଲା। ଚାରିଜଣଙ୍କୁ ସେମାନଙ୍କ ମୋଟର ସାଇକେଲ ସହ ଧରାଯାଇଥିଲା। ସେହି ସମୟରେ ଭୋଳା ନାହାକ ଏକ ପିସ୍ତଲ ଦେଖାଇ ପୋଲିସ ଦଳକୁ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲା। ବହୁ କଷ୍ଟରେ ପୋଲିସ ତାଙ୍କୁ କାବୁ କରିଥିଲା ଏବଂ ତାଙ୍କ ନିକଟରୁ ଅପରାଧ ପାଇଁ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ କନ୍ଧମାଳ ରୁ ବ୍ରହ୍ମପୁର କୁ ଗଞ୍ଜେଇ ଚାଲାଣ କରୁଥିବା ଗାଡିଗୁଡିକୁ ଏସ୍କର୍ଟ କରୁଥାନ୍ତି। ସେମାନଙ୍କ ନିକଟରୁ ଗୋଟିଏ ୭. ୬୫ ଏମ. ଏମ ଦେଶୀ ତିଆରି ପିସ୍ତଲ,୭. ୬୫ ଏମ. ଏମ ର ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମ୍ୟାଗାଜିନ, ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ରୟାଲ ଏନଫିଲଡ଼ ବୁଲେଟ ମୋଟରସାଇକେଲ, ଗୋଟିଏ (ଟିଭିଏସ ଆପଚି ) ମୋଟରସାଇକେଳଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କୋଦଳା ଅଞ୍ଚଳର ଭୋଳା ନାହାକ,ବେଗୁନିଆପଡା ଥାନା ଭାଗିନୀପୁରର ଭାଗିରଥି ଗୌଡ଼,କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବେଲାରସେନ ସ୍ୱାଇଁ, ଭୁତସରଙ୍ଗୀର ବଂଶୀଧର ବିଷୋୟୀ, ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅପରାଧୀମାନଙ୍କ ଉପରେ କଡା ନଜର ରଖାଯାଇଛି, ଆଜି ଏକ ପ୍ରେସ ବିବୃତିରେ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ପ୍ରେସ ବିବୃତିରେ ସୂଚନା ଦେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *

और पढ़ें