ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଆଜି ବର୍ଷର ଦ୍ଵିତୀୟ ‘ମୋବାଇଲ ମେଳା’ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୋଟ ୩୫ଟି ହଜିଥିବା ମୋବାଇଲକୁ ଉଦ୍ଧାର କରି ପୂର୍ବ ଅଭିଯୋଗ ଅନୁସାରେ ସେଗୁଡ଼ିକର ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଆଜିର ଏହି ବଣ୍ଟନ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଏସଆଇ ଲଷ୍ମୀଧର ମହାନ୍ତି, ଏସଆଇ ଜ୍ୟୋସ୍ନା ସାହୁ ଏବଂ ଏଏସଆଇ ବିଦେଶୀ ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସମସ୍ତ ହିତାଧିକାରୀ ନିଜର ହଜିଯାଇଥିବା ମୋବାଇଲ ପାଇବା ଆଶା ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ ମଧ୍ୟ ଭଞ୍ଜନଗର ପୋଲିସ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ମୋବାଇଲଗୁଡ଼ିକୁ ଠାବ କରିବାରେ ସଫଳ ହୋଇଛି। ପୁଣିଥରେ ନିଜ ଫୋନ୍ ଫେରି ପାଇଥିବାରୁ ସେମାନେ ପୋଲିସ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଭଞ୍ଜନଗର ପୋଲିସ ପକ୍ଷରୁ ୫ଟି ମୋବାଇଲ ମେଳାର ଆୟୋଜନ କରାଯାଇ ବିଭିନ୍ନ ସ୍ଥାନରୁ ହଜିଥିବା ୧୫୦ରୁ ଊର୍ଦ୍ଧ୍ବ ନାମିଦାମୀ କମ୍ପାନୀର ମୋବାଇଲ ଉଦ୍ଧାର କରାଯାଇ ପ୍ରକୃତ ମାଲିକମାନଙ୍କୁ ଫେରସ୍ତ କରାଯାଇଛି









