ସମ୍ପୂର୍ଣ ଶ୍ରୀ ମିଶନ ଯୋଜନାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରିପୋର୍ଟ-ବିଜୟ କୁମାର ନାୟକ

ବେଗୁନିଆପଡା-୧/୫-ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଇବା ଉଦେଶ୍ୟ ନେଇ ଲକ୍ଷପତି ଦିଦି ଯୋଜନା କରାଗଲା ।ଏହି ଯୋଜନାରେ ଅଧିକରୁ ଅଧିକ ମହିଳା ମାନଙ୍କୁ ସାମିଲ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଜସ୍ୱ ଉଦ୍ୟମ ରେ ସମ୍ପୂର୍ଣ ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇ ଏଥି ପାଇଁ ବିଭିନ୍ନ ବ୍ଲକରେ ପ୍ରଶିକ୍ଷଣ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶାନାମା ଜାରିକରାଯାଇଛି ।ସେହିକ୍ରମରେ ଗୁରୁବାର ଦିନ ବେଗୁନିଆପଡା ବ୍ଲକ ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ସମ୍ପୂର୍ଣ ଶ୍ରୀ ମିଶନ ଉପରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ସୁନୀଲ କୁମାର ସାମନ୍ତ,ଏବିଡ଼ିଓ ନିରଞ୍ଜନ ବେହେରା,ବି ପି ଏମ ଜ୍ଞାନ ରଞ୍ଜନ ରାଉତ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ବ୍ଲକ ପଶୁ ସମ୍ପଦ ଅଧିକାରୀ ଭବାନୀ ଶଙ୍କର ତ୍ରିପାଠୀ,ସହକାରୀ କୃଷି ଅଧିକାରୀ ରାମ ଲାଲ ସାମଦ,ସହକାରୀ ଉଦ୍ୟାନ ଅଧିକାରୀ ସୁଭାଶିଷ ପାତ୍ର, ସହକାରୀ ମତ୍ସ୍ୟ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହିଳା ସଂଘକୁ କିପରି ପଶୁ ପାଳନ,ମାଛ ଚାଷ,କୃଷି ଓ ଉଦ୍ୟାନ ବିଭାଗର ବିଭିନ୍ନ ଯୋଜନାରେ ସାମିଲ କରାଯାଇ ସ୍ୱାବଲମ୍ବୀ କରି ଲକ୍ଷ ପତି ସୃଷ୍ଟି କରାଯାଇ ପାରିବ ତା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଵି ପି ସି ଚନ୍ଦ୍ର ଶେଖର ବେହେରା, ଵି ଏଲ ସି ଦେବରାଜ ବେହେରା ସହଯୋଗ କରିଥିଲେ । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏମ ଵି କେ, ବ୍ୟାଙ୍କ ମିତ୍ର ମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *

और पढ़ें