ରିପୋର୍ଟ -ବିଜୟ କୁମାର ନାୟକ
ବେଗୁନିଆପଡା-୧/୫-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତ, ଏସ. ଛଚିନା ପଂଚାୟତ ଓ ବଡ଼ ଖଇରଖମା ପଂଚାୟତର ସଙ୍ଗମ ସ୍ଥଳରେ ବିଜେ ଶ୍ରୀ ଶ୍ରୀ ଶନିଦେବ ମନ୍ଦିର,ଶ୍ରୀ ଶ୍ରୀ ବାଳକେଶ୍ୱର ମହାଦେବ, ମହାବୀର ହନୁମାନଙ୍କ ମନ୍ଦିର ନିକଟରେ ହରିହରାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଗୁରୁବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି ।ଏପ୍ରିଲ ୧୯ ତାରିଖରେ ଅଙ୍କୁରାରୋପଣ ୨୦ ତାରିଖରେ କଳସ ଯାତ୍ରା ୨୧ତାରିଖ ଠାରୁ ମହାଯଜ୍ଞ ଆରମ୍ଭ ହୋଇ ୩୦ ତାରିଖରେ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳେ ସୂର୍ଯ୍ୟ ପୂଜା ଯାଜ୍ଞଙ୍କ ପୁରୋହିତଙ୍କ ମନ୍ତ୍ର ପାଠରେ କରାଯାଇ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ଭକ୍ତ ମାନଙ୍କ ଗହଣରେ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ ।ମନ୍ତ୍ର ପାଠ ସାଙ୍ଗକୁ ହରିବୋଲ ହୁଳହୁଳି ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା ।ଏଥିରେ ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯାଜ୍ଞକ ପଣ୍ଡିତ,ପ୍ରଚାରକ ଓ ଅନ୍ୟାନ୍ୟ ପୁରୋହିତଙ୍କ ତତ୍ୱାବଧାନରେ ସମ୍ପୂର୍ଣ ବୈଦିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଏଥିରେ ବୁରୁଝରୀ,ଏସ.ଛଚିନା, ବଡ ଖଇରଖମା, ସୁମଣ୍ଡଳ ଓ ଚନ୍ଦନପୁର ପଂଚାୟତ ବାସୀ, ଯୁବକ ସଂଘ ଓ ବେଗୁନିଆପଡା ବ୍ଲକ ଅଂଚଳର ଭକ୍ତ ମାନେ ସହଯୋଗ କରିଥିଲେ ।









