ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବୁରୁଝୁରୀ ସ୍ଥିତ ଶ୍ରୀ ଶ୍ରୀ ଶନିଦେବ ମନ୍ଦିର ନିକଟରେ ବିଶ୍ୱ ଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି

ରିପୋର୍ଟ -ବିଜୟ କୁମାର ନାୟକ 

ବେଗୁନିଆପଡା-୧/୫-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ପଂଚାୟତ, ଏସ. ଛଚିନା ପଂଚାୟତ ଓ ବଡ଼ ଖଇରଖମା ପଂଚାୟତର ସଙ୍ଗମ ସ୍ଥଳରେ ବିଜେ ଶ୍ରୀ ଶ୍ରୀ ଶନିଦେବ ମନ୍ଦିର,ଶ୍ରୀ ଶ୍ରୀ ବାଳକେଶ୍ୱର ମହାଦେବ, ମହାବୀର ହନୁମାନଙ୍କ ମନ୍ଦିର ନିକଟରେ ହରିହରାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଗୁରୁବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି ।ଏପ୍ରିଲ ୧୯ ତାରିଖରେ ଅଙ୍କୁରାରୋପଣ ୨୦ ତାରିଖରେ କଳସ ଯାତ୍ରା ୨୧ତାରିଖ ଠାରୁ ମହାଯଜ୍ଞ ଆରମ୍ଭ ହୋଇ ୩୦ ତାରିଖରେ ଦିନ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସକାଳେ ସୂର୍ଯ୍ୟ ପୂଜା ଯାଜ୍ଞଙ୍କ ପୁରୋହିତଙ୍କ ମନ୍ତ୍ର ପାଠରେ କରାଯାଇ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା  ।ଭକ୍ତ ମାନଙ୍କ ଗହଣରେ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ ।ମନ୍ତ୍ର ପାଠ ସାଙ୍ଗକୁ ହରିବୋଲ ହୁଳହୁଳି ଶବ୍ଦ ରେ ପ୍ରକମ୍ପିତ ହୋଇ ଉଠିଥିଲା ।ଏଥିରେ ନାମ ଯଜ୍ଞ, ଘୃତ ଯଜ୍ଞ, ଜ୍ଞାନ ଯଜ୍ଞ, ଗୋ ଯଜ୍ଞ, ଅନ୍ନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥି ସହ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯାଜ୍ଞକ ପଣ୍ଡିତ,ପ୍ରଚାରକ ଓ ଅନ୍ୟାନ୍ୟ ପୁରୋହିତଙ୍କ ତତ୍ୱାବଧାନରେ ସମ୍ପୂର୍ଣ ବୈଦିକ ରୀତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ସମସ୍ତ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟେହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଏଥିରେ ବୁରୁଝରୀ,ଏସ.ଛଚିନା, ବଡ ଖଇରଖମା, ସୁମଣ୍ଡଳ ଓ ଚନ୍ଦନପୁର ପଂଚାୟତ ବାସୀ, ଯୁବକ ସଂଘ ଓ ବେଗୁନିଆପଡା ବ୍ଲକ ଅଂଚଳର ଭକ୍ତ ମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!