ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର ଠାକୁରାଣୀ ଯାତ୍ରା: ବର୍ଷା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟାଘାତ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୧/୫- ଆନନ୍ଦ ଉଲ୍ଲାସର ସହିତ ଗତ ୨୬ତାରିଖ ଠାରୁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି।ଆଜି ଗୁରୁବାର ଯୋଗୁଁ ମାଁ ‘ ଙ୍କର ବିଶ୍ରାମ ଦିବସ ଥିବାରୁ ସନ୍ଧ୍ୟା ଆଳତୀ ସମୟରେ ପ୍ରବଳ ଭକ୍ତିଙ୍କ ସମାଗମ ହୋଇଥିଲା।ଏହି ଅବସରରେ ଆଜି ସ୍ଥାନୀୟ ପୁରୁଣା ଜେଲ ପରିସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ କବି ସମ୍ରାଟ ମୁକ୍ତାକାଶ ରଙ୍ଗମଞ୍ଚର ଶୁଭଉଦଘାଟନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା,ଭଞ୍ଜନଗର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ପ୍ରଧାନ,ଅଧ୍ଯକ୍ଷ ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ନୀଳମାଧବ ପାତ୍ର, ସମ୍ପାଦକ ସୁଧୀର ରଞ୍ଜନ ବେହେରା,ସାଂସ୍କୃତିକ ସମ୍ପାଦକ ଜଗଦୀଶ ପାଣିଗ୍ରାହୀ ମଞ୍ଚରେ ଉପସ୍ଥିତ ଥିଲେ। ହେଲେ ଠିକ ସଭା କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଜୋରରେ ଘଡଘଡି ସହ ପ୍ରବଳ ବର୍ଷା ଆରମ୍ଭ ହୋଇ ଦୀର୍ଘ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।ଫଳରେ ବାଧ୍ୟହୋଇ ଅଧାରେ ଆଜିର କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି।ଏହି ପ୍ରଥମ ଦିନରେ ପୁରୀର ପ୍ରସିଦ୍ଧ ଗୋଟି ପୁଅ ନୃତ୍ୟ ସହିତ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କୁ ନେଇ ଭଜନ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଭଳି ସୁନ୍ଦର କାର୍ୟ୍ଯକ୍ରମ ଦେଖିବାକୁ ବହୁ ଦର୍ଶକ ଉପସ୍ଥିତ ଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଦର୍ଶକମାନେ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ଦେଖିବାରୁ ବଞ୍ଚିତ ହୋଇ ନିରାଶ ହୋଇ ଫେରିବାକୁ ପଡିଥିଲା । ତଥାପି ଆଗାମୀ ଦିନରେ ଆହୁରି ଅନେକ କାର୍ଯ୍ୟକ୍ରମ ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!