ମହିଳାଙ୍କୁ ଆକ୍ରମଣ ମାମଲାରେ ଜଣେ ଗିରଫ 

ବେଗୁନିଆପଡା-୨୬/୪-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ଆକ୍ରମଣ ଅଭିଯୋଗ ମାମଲା ରେ ଜଣଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ ଷଣ୍ଢମୂଳ ପଂଚାୟତ ରାହାଡା ଗ୍ରାମର ପ୍ରଭାସିନୀ ବିଷୋୟୀ ନିଜ କାଜୁ ବଗିଚାରେ କାଜୁ ତୋଳୁ ଥିବା ସମୟରେ ଷଣ୍ଢ ମୂଳ ଗ୍ରାମର ଫୁଲ ସ୍ୱାଇଁ ସେଠାରେ ପହଂଚି ଧାରୁଆ ଅସ୍ତ୍ର ରେ ପ୍ରଭାସିନୀ ଙ୍କ ନାକକୁ ଆକ୍ରମଣ କରିବା ସହ ରୁପା ଚେନ କୁ ନେଇଯାଇଥିଲେ । ପ୍ରଭାସିନୀ ଏ ସମ୍ପର୍କ ରେ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ । ପୋଲିସ ୨୧୦/୨୬ ରେ ମାମଲା ରୁଜୁ କରି ଉକ୍ତ ଅସ୍ତ୍ର କୁ ଜବତ କରିବା ସହ ଫୁଲ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

और पढ़ें