କଂଗେସ ପକ୍ଷରୁ ରତ୍ନଭଣ୍ଡାର ଚୋରିର ତଦନ୍ତ ଦାବି

ରିପୋର୍ଟ-ମାଗୁଣୀ ମିଶ୍ର

 

ଭଞ୍ଜନଗର -୨୫/୪ : ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ପକ୍ଷରୁ ଭଞ୍ଜନଗର ଥାନାରେ ଏକ ଏତଲା ଦିଆଯାଇଛି। ଏହି ଏତଲାରୁ ଜଣାପଡିଛି ଯେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ରତ୍ନଭଣ୍ଡାରରୁ ତିନୋଟି ରତ୍ନ ଅଳଙ୍କାର ନିଖୋଜ ବା ଚୋରି ହୋଇଥିବାର ଗଣତିରୁ ଜଣାପଡିଥିଲା। ଏପରିକି ମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ ରେ ରତ୍ନଭଣ୍ଡାରର ସୁନା ଅଳଙ୍କାର ସୁରକ୍ଷିତ ଥିବାର ମିଥ୍ୟା ସତ୍ୟପାଠ କରାଯାଇଥିଲା। ଯାହାକି ଏହା ଏକ ଅପରାଧିକ ଘଟଣା ଅଟେ। ଏଣୁ ଏହାର ଏକ ସ୍ୱତନ୍ତ୍ର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ପଶ୍ଚିମ କଂଗ୍ରେସ ପକ୍ଷରୁ ଭଞ୍ଜନଗର ଥାନାରେ ଲିଖିତ ଏତଲା ଦିଆଯାଇଥିବା ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପଶ୍ଚିମ ସଭାପତି ଦଣ୍ଡପାଣି ପାତ୍ର, ସମ୍ପାଦକ ପ୍ରଶାନ୍ତ ବିଷୋୟୀ, ବବି ଅନନ୍ତନାଗ ରଥ, ନଗର ସଭାପତି ପ୍ରମୋଦ ଭୂୟାଁ, ଭଞ୍ଜନଗର ବ୍ଲକ ସଭାପତି ବାଲ୍ୟ କୁମାର ବେହେରା, ଯୁବ ନେତା ଅନିଲ କୁମାର ମଲ୍ଲିକ ଓ ବେଲଗୁଣ୍ଠା ବ୍ଲକ ସଭାପତି ମଧୁସୂଦନ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ ନେତା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

और पढ़ें