କାଲିଠାରୁ ଖରା ଛୁଟି !!!!

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨୭ ତାରିଖରୁ ସମସ୍ତ ବିଦ୍ୟାଳୟ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ପାଇଁ ଏହି ଛୁଟି ଲାଗୁ ହେବ।ଛୁଟି ଘୋଷଣା କରାଯାଇଥିଲେ ହେଁ, ଶିକ୍ଷା ବିଭାଗ ଅନଲାଇନ ଜରିଆରେ ପାଠ ପଢା ଜାରି ରଖିବ। ଅଡିଓ-ଭିଜୁଆଲ ମାଧ୍ୟମରେ ଶିକ୍ଷା ଦାନ କରାଯିବ। ବିଦ୍ୟାର୍ଥୀଙ୍କ ଅଭ୍ୟାସ ପାଇଁ ଆସାଇନମେଣ୍ଟ ପ୍ରଦାନ କରାଯିବ ଏବଂ ଅଭିଭାବକ ମାନେ ପିଲାଙ୍କୁ ଗାଇଡ୍ କରିବେ।ଅନଲାଇନ ପାଠ ପଢାକୁ ସୁବିଧା କରିବା ପାଇଁ, ୱାଟ୍ସ ଆପ୍ ଗୃପ୍ ତିଆରି କରାଯାଇଛି, ଯାହାର ତତ୍ତ୍ୱାବଧାରକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେବେ।

Leave a Reply

Your email address will not be published. Required fields are marked *

और पढ़ें