ଓଡ଼ିଶାରେ ନିଆଁ ବର୍ଷିବ: ୨୨ ତାରିଖ ଯାଏଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ନେଇ ସତର୍କ ସୂଚନା

ଭୁବନେଶ୍ୱର -ବ୍ୟୁରୋ-ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଅସହ୍ୟ ଗୁଳୁଗୁଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଭଳି ଜିଲ୍ଲାଗୁଡ଼ିକରେ ପାରଦ ୪୦ ରୁ ୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ସହ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ, ଯେଉଁଥିପାଇଁ ଏହି ଅଞ୍ଚଳଗୁଡ଼ିକ ପାଇଁ ସତର୍କ ସୂଚନା ଜାରି ହୋଇଛି। କେବଳ ଦିନ ନୁହେଁ, ବରଂ ରାତିରେ ମଧ୍ୟ ପ୍ରଚଣ୍ଡ ଗରମ ଯୋଗୁଁ ଜନଜୀବନ ଅତିଷ୍ଠ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର କଟକ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଅସ୍ୱାଭାବିକ ତାତି ଜାରି ରହିବ। ଯଦିଓ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି, ତଥାପି ଏହା ଗରମରୁ ବିଶେଷ ତ୍ରାହି ଦେବ ନାହିଁ। ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ବଳବତ୍ତର ରହିବାକୁ ଥିବାରୁ ଅତ୍ୟଧିକ ଖରା ସମୟରେ ବାହାରକୁ ନବାହାରିବା ଓ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି

Leave a Reply

Your email address will not be published. Required fields are marked *

और पढ़ें