ବଡ଼ରାଉଳ କ୍ରିକେଟ ଟୁର୍ନାମେଣ୍ଟ : ଘୁଡୁକାପଦର ଚମ୍ପିୟାନ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର-୧୮/୪ : ଭଞ୍ଜନଗର ବ୍ଳକ ହରିଗଡ ପଞ୍ଚାୟତର ନୂଆଁପଲ୍ଲୀ ଠାରେ ଅନୁଷ୍ଠିତ ମା ବଡ଼ରାଉଳ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଗତ ମାର୍ଚ୍ଚ ୨୮ ତାରିଖରୁ ଏହି ଟୁର୍ନାମେଣ୍ଟର ଆରମ୍ଭ ହୋଇଥିବା ବେଳେ ଆଜିର ଏହି ଫାଇନାଲ ମ୍ୟାଚରେ ଗାଲେରୀ ଢ଼େପସାହି ଟିମକୁ କନ୍ଧମାଳ ଜିଲ୍ଲାର ଘୁଡୁକାପଦର ଟିମ ହରାଇ ଚମ୍ପିୟାନ ହୋଇଛି। ମୋଟ ୧୨ ଓଭର ଖେଳରେ ଘୁଡୁକାପଦର ସମସ୍ତ ୱିକେଟ୍‌ ହରାଇ ୧୧୩ ରନ କରିଥିଲା। ଏହାର ପିଛା କରି ଢ଼େପସାହି ଟିମ ମାତ୍ର ୯୨ ରନ୍‌ରେ ସମସ୍ତ ୱିକେଟ ହରାଇ ଦେଇ ପରାଜୟ ହୋଇ ରନର ଅପ୍‌‌ ଘୋଷିତ ହୋଇଥିଲେ। ମ୍ୟାଚରେ ବେଷ୍ଟ ବୋଲର ଆଲୋକ,ମ୍ୟାନ ଅଫ ଦି ସିରିଜ୍‌ କାହ୍ନା ଏବଂ ବେଷ୍ଟ ବ୍ୟାଟ୍ସ୍‌ ମ୍ୟାନ ଭାବେ ଚିନୁ ପୁରସ୍କୃତ ‌ହୋଇଥିଲେ। ଟୁର୍ନାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ରାଜନେତା ରାଜ କୁମାର ସାହୁ,ସାମ୍ବାଦିକ ତଥା ପ୍ରାକ୍ତନ କ୍ରିଡାବିତ୍‌ ସୁଶାନ୍ତ କୁମାର ସାହୁ,ଜିତେନ୍ଦ୍ର କୁମାର ସେଠୀ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଭଞ୍ଜ ମାଟିର କଳା ସାହିତ୍ୟ ସଂସ୍କୃତିରେ ଭରପୁର ରହିଥିବା ‌ବେଳେ କ୍ରୀଡା କ୍ଷେତ୍ରରେ ମଧ୍ୟ ସ୍ବତନ୍ତ୍ର ପରିଚୟ ରଖିଛି। ଏଭଳି ‌ଖେଳ ଆୟୋଜନ ଦ୍ବାରା ଖେଳାଳୀ ମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ମିଳିବ ବୋଲି ଅତିଥି ମାନେ କହିଥିଲେ। ଏଥିସହ ଅତିଥି ମାନେ ଉଭୟ ଟିମ୍‌କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ସଞ୍ଜୀବ କୁମାର ଗୌଡ,ସିଲୁ ଦଳବେହେରା,ସୁରେଶ ଗୌଡ,ଅରୁଣ ଗୌଡ,ପବିତ୍ର ସେଠୀ,ରାଜୀବ ଗୌଡ,ବିଘ୍ନେଶ ପରିଚ୍ଛା,ଦ୍ବିିତୀ ପରିଚ୍ଛା,ଆକାଶ ଗୌଡ,କୃତିବାସ ପରିଚ୍ଛା,ଅମର ପରିଚ୍ଛା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें