ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବନ୍ଧୁକ ସହ ୪ ଗ୍ୟାଙ୍ଗଷ୍ଟାର ଗିରଫ : ଭଞ୍ଜନଗର ପୋଲିସ କୁ ମିଳିଲା ବଡ଼ ସଫଳତା

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର – ଭଞ୍ଜନଗର ପୋଲିସ କୁ ପୁଣି ମିଳିଛି ଆଉ ଏକ ବଡ଼ ସଫଳତା, ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାତ୍ର ୧୧ ଘଣ୍ଟ ସମୟରେ ଏସଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ପୋଲିସ କର୍ମଚାରୀମାନେ ଚକରା ବିଷୋୟୀ ଛକ ନିକଟରେ ଯାନବାହାନ ଯାଞ୍ଜ କରୁଥିଲେ। ସେହି ସମୟରେ ଦୁଇଟି ମୋଟରସାଇକେଲ ରେ ଚାରିଜଣ ବ୍ୟକ୍ତି କନ୍ଧମାଳ ପଟୁ ଆସୁଥିବା ବେଳେ ପୋଲିସ କୁ ଦେଖି ସେମାନେ କନ୍ଧମାଳ ଆଡକୁ ଫେରି ପଳାଇବାକୁ ଚେଷ୍ଟା କରିବା ସହ ପୋଲିସ କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପୋଲିସ ସେମାନଙ୍କୁ ପିଛା କରି ଭଞ୍ଜନଗର ବ୍ରିଜ ନିକଟରେ ଅଟକାଇଥିଲା। ଚାରିଜଣଙ୍କୁ ସେମାନଙ୍କ ମୋଟର ସାଇକେଲ ସହ ଧରାଯାଇଥିଲା। ସେହି ସମୟରେ ଭୋଳା ନାହାକ ଏକ ପିସ୍ତଲ ଦେଖାଇ ପୋଲିସ ଦଳକୁ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲା। ବହୁ କଷ୍ଟରେ ପୋଲିସ ତାଙ୍କୁ କାବୁ କରିଥିଲା ଏବଂ ତାଙ୍କ ନିକଟରୁ ଅପରାଧ ପାଇଁ ବ୍ୟବହୃତ ଅସ୍ତ୍ର ଜବତ କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ ଯେ ସେମାନେ କନ୍ଧମାଳ ରୁ ବ୍ରହ୍ମପୁର କୁ ଗଞ୍ଜେଇ ଚାଲାଣ କରୁଥିବା ଗାଡିଗୁଡିକୁ ଏସ୍କର୍ଟ କରୁଥାନ୍ତି। ସେମାନଙ୍କ ନିକଟରୁ ଗୋଟିଏ ୭. ୬୫ ଏମ. ଏମ ଦେଶୀ ତିଆରି ପିସ୍ତଲ,୭. ୬୫ ଏମ. ଏମ ର ଦୁଇ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମ୍ୟାଗାଜିନ, ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ରୟାଲ ଏନଫିଲଡ଼ ବୁଲେଟ ମୋଟରସାଇକେଲ, ଗୋଟିଏ (ଟିଭିଏସ ଆପଚି ) ମୋଟରସାଇକେଳଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ କୋଦଳା ଅଞ୍ଚଳର ଭୋଳା ନାହାକ,ବେଗୁନିଆପଡା ଥାନା ଭାଗିନୀପୁରର ଭାଗିରଥି ଗୌଡ଼,କବିସୂର୍ଯ୍ୟନଗର ଥାନା ଅଞ୍ଚଳର ବେଲାରସେନ ସ୍ୱାଇଁ, ଭୁତସରଙ୍ଗୀର ବଂଶୀଧର ବିଷୋୟୀ, ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅପରାଧୀମାନଙ୍କ ଉପରେ କଡା ନଜର ରଖାଯାଇଛି, ଆଜି ଏକ ପ୍ରେସ ବିବୃତିରେ ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ପ୍ରେସ ବିବୃତିରେ ସୂଚନା ଦେବା ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!