ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଯୁବ ସାହିତ୍ୟିକ ବୈଷ୍ଣବ ଚରଣ ଦାଶଙ୍କୁ ‘ସ୍ୱତନ୍ତ୍ର ପ୍ରତିଭା ସମ୍ମାନ’ ପ୍ରଦାନ

ରିପୋର୍ଟ -କୁମୁଦଚନ୍ଦ୍ର ବେହେରା

ବୁଗୁଡା:ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ପ୍ରତିଷ୍ଠିତ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ୩୮ ବର୍ଷରେ ପଦାର୍ପଣ କରିବା ଅବସରରେ ଆସିକା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରେ ଅନ୍ତର୍ଜିଲା ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉଦଘାଟକ ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ. ବିନୋଦ ଚନ୍ଦ୍ର ଦାଶ ଏବଂ ସମ୍ମାନିତ ଅତିଥି ଭାବେ ଦୁର୍ଗା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ।

ଏହି ଅବସରରେ ବୁଗୁଡ଼ା ବୀର ଧନଞ୍ଜୟ ପୁର ଶାସନର ଯୁବ ସାହିତ୍ୟିକ ବୈଷ୍ଣବ ଚରଣ ଦାଶ ଙ୍କୁ ‘ସ୍ଵତନ୍ତ୍ର ପ୍ରତିଭା ସମ୍ମାନ’ ରେ ସମ୍ମାନିତ କରାଯାଇଥିଲା। ପ୍ରାବନ୍ଧିକ ଶ୍ରୀ ଦାଶ ଏକାଧାରରେ ଜଣେ ସୁଲେଖକ, କବି, ଶିକ୍ଷକ ଓ କର୍ମକାଣ୍ଡ ବିତ୍ ଭାବେ ଗଞ୍ଜାମ ଜିଲ୍ଲାରେ ଜଣାଶୁଣା। ତାଙ୍କରି ତିନୋଟି ପୁସ୍ତକ ବର୍ତ୍ତମାନ ପ୍ରକାଶ ପାଇସାରିଛି। ‘ଶାରଦୀୟ ଦୁର୍ଗାପୂଜା ପଦ୍ଧତି’, ‘ପର୍ବ ଆମ ପରମ୍ପରାର’, ‘ସଂସ୍କୃତି ସଞ୍ଚୟନ’ ପୁସ୍ତକ ତିନୋଟି ସବୁ ବର୍ଗର ପାଠକ ମାନଙ୍କୁ ବେଶ୍ ସହାୟକ ହୋଇପାରିଛି। ଶ୍ରୀ ଦାଶ ଓଡ଼ିଶା ସରକାରଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ପାଇବା ସହ ଅନେକ ସାରସ୍ଵତ ଅନୁଷ୍ଠାନ ରୁ ସମ୍ବର୍ଦ୍ଧିତ ହୋଇସାରିଛନ୍ତି।ଉକ୍ତ ସମ୍ମିଳନୀରେ ଗୌରୀପତି ଦାଶ ସଭାପତିତ୍ବ କରିଥିଲାବେଳେ ସଂପାଦକ ଡ. ଶ୍ୟାମା ପ୍ରସାଦ ମିଶ୍ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!