ରିପୋର୍ଟ -ମାଗୁଣି ମିଶ୍ର, ଭଞ୍ଜନଗର
ଭଞ୍ଜନଗର:୩୫ କେଜି ଗଞ୍ଜେଇ ସହ ଦୁଇ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭଞ୍ଜନଗର ପୋଲିସ। ଗିରଫ ଦୁଇଜଣ ଯୁବକ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବେରେଡାକିଆ ଗାଁର ପ୍ରଭାକର ଦିଗାଲ ଓ ଜି. ଉଦୟଗିରି ଥାନା ଦାଦାପଡା ଗାଁର ଜୁନେସ ଦିଗାଲ। ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ସୂଚନା ପ୍ରକାରେ ଏହି ଥାନା ଅନ୍ତର୍ଗତ ଦଦରଲୁଣ୍ଡା ବସ୍ ଷ୍ଟପ୍ ଠାରେ ୨ ତାରିଖ ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ଟ୍ରଲି ବ୍ୟାଗ ସହ ଦୁଇଜଣ ଯୁବକ ବସକୁ ଅପେକ୍ଷା କରିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ପୋଲିସ ଏସଆଇ ସମୀର କୁମାର ସେଠୀ ଅନ୍ୟ ଷ୍ଟାପଙ୍କ ସହ ସେଠାରେ ପହଞ୍ଚି ଦୁଇ ସନ୍ଦିଗ୍ଧ କୁ ମାଡ଼ିବସିଥିଲେ।ଆଉ ପଚରାଉଚରା ପରେ ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ପରେ ଏନେଇ ଥାନାକୁ ସୂଚନା ଦିଆଯାଇଥିଲା। ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଟ୍ରଲି ବ୍ୟାଗ ଚେକ କରିଲାବେଳେ ଏଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଯାହାର ଓଜନ ୩୫ କେଜି ୮୦୦ ଶହ ଗ୍ରାମ ଥିଲା। ପରେ ପୋଲିସ ଭଞ୍ଜନଗର ଥାନା କେସ ନଂ -୭୩୬/୨୬ ରେ ଏକ ମାମଲା ରୁଜୁ କରି ଏନଡିପିଏସ ଆଇନ ବଳରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।









