ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ବେଲଗୁଣ୍ଠା: ସ୍ଥାନୀୟ ଅଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆନ୍ତର୍ଜାତିକ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବେଲଗୁଣ୍ଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ବିଶେଷ ସମାରୋହରେ ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ର ନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏଥିସହିତ ସମ୍ପାଦକ ପବିତ୍ର କୁମାର ସାହୁ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ଏବଂ କୋଷାଧ୍ୟକ୍ଷ ରବୀନ୍ଦ୍ର ନାଥ ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ଗୀତା ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଶିବିରରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଶିଶୁ ଭାଇ-ଭଉଣୀ ଓ ବହୁ ସଂଖ୍ୟାରେ ଅଭିଭାବକ ସାମିଲ ହୋଇ ଯୋଗଭ୍ୟାସ କରିଥିଲେ ଏବଂ ପରିଶେଷରେ ରାଜୀବ ଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା (NSS) କାର୍ଯ୍ୟକ୍ରମ ଅଧିକାରୀ ପିଙ୍କି ପାତ୍ର ଏବଂ ଯୁବ ରେଡକ୍ରସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରଫୁଲ୍ଲ କୁମାର ଜେନା ମିଳିତ ଭାବେ ପରିଚାଳନା କରିଥିଲେ। ଏଥିରେ ଅଧ୍ୟାପକ ସପନ କୁମାର ପ୍ରଧାନ ଓ ଅଜୟ କୁମାର ବିଶ୍ବାଳଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ-ଶିକ୍ଷକ କର୍ମଚାରୀ ସହଯୋଗର ହାତ ବଢ଼ାଇଥିଲେ। କ୍ୟାମ୍ପସରେ ଆୟୋଜିତ ଏହି ଯୋଗ ଶିବିରରେ ସମସ୍ତ ଛାତ୍ରଛାତ୍ରୀ ଅତ୍ୟନ୍ତ ଶୃଙ୍ଖଳାର ସହ ଅଂଶଗ୍ରହଣ କରି ବିଭିନ୍ନ ଆସନ ଓ ପ୍ରାଣାୟାମର ଅଭ୍ୟାସ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें