ରିପୋର୍ଟ-ଡଃ କୁମୁଦ ଚନ୍ଦ୍ର ବେହେରା, ବୁଗୁଡ଼ା
ବୁଗୁଡ଼ା: ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ଉତ୍ସବ ବାଲିପଦର ରଘୁନାଥ ବିହାର ସ୍ଥିତ ନିଜସ୍ବ କୋଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ. ବିପ୍ର ଚରଣ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ରଥ ବାର୍ଷିକ ବିବରଣୀ ସହ ସଂଗଠନର ବାର୍ଷିକ ଆୟ-ବ୍ୟୟର ହିସାବ ପାଠ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ଉପସଭାପତି ମାଧବ ଚନ୍ଦ୍ର ଭୋଳ, ଉପଦେଷ୍ଟା ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ, କୋଷାଧ୍ୟକ୍ଷ ମଙ୍ଗୁଳି ପାତ୍ର ଏବଂ ଯୁଗ୍ମ ସମ୍ପାଦକ ପି. କ୍ରିଷ୍ଣାରାଓ ଦୋରା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଚଳିତ ବର୍ଷର ନିର୍ବାଚନ ପ୍ରକ୍ରିୟାକୁ ବିଜୟ ଚନ୍ଦ୍ର ମହାରଣା ଓ ଏ. ସର୍ଭିସ୍ ଆଚାରୀ ମୁଖ୍ୟ ତତ୍ତ୍ବାବଧାରକ ଭାବେ ପରିଚାଳନା କରିଥିଲେ। ସର୍ବସମ୍ମତି କ୍ରମେ ଆଗାମୀ ୩ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମନୋନୀତ କରାଯାଇଛି।
ମୁଖ୍ୟ କର୍ମକର୍ତ୍ତା:
ସଭାପତି: ଇଂ. ବିପ୍ର ଚରଣ ପାତ୍ର
ଉପସଭାପତି: ମାଧବ ଚନ୍ଦ୍ର ଭୋଳ
ସମ୍ପାଦକ: ପ୍ରକାଶ ଚନ୍ଦ୍ର ରଥ
ଯୁଗ୍ମ ସମ୍ପାଦକ: ପି. କ୍ରୀଷ୍ଣା ରାଓ ଦୋରା
କୋଷାଧ୍ୟକ୍ଷ: ମଙ୍ଗୁଳି ପାତ୍ର
ଉପଦେଷ୍ଟା ଭାବରେ ବଂଶୀଧର ବିଷୋୟୀ ଓ ଦ୍ବିତୀକୃଷ୍ଣ ବିଶ୍ବାଳ ପୁନର୍ବାର ମନୋନୀତ ହୋଇଥିଲେ ।
ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଲକ୍ଷ୍ମଣ କୁମାର ଜେନା, ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରା, କବିରାଜ ପରିଡା, ଶଶିଭୂଷଣ ସେନାପତି, ବାଞ୍ଛାନିଧି ଜେନା, ପଦ୍ମଲୋଚନ ଗୌଡ, ପୁରୁଷୋତ୍ତମ ସାହୁ ଏବଂ ଉମା ଚରଣ ପଟ୍ଟନାୟକଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।









