ଏସ.ବି.ଆଇ ଜୀବନ ବୀମା ଆସିକା ଡିଭିଜନ ତରଫରୁ ଲିଜାରାଣୀ ସମ୍ମାନୀତ

ରିପୋର୍ଟ- ମାଗୁଣୀ ମିଶ୍ର, ଭଞ୍ଜନଗର

ଭଞ୍ଜନଗର : ଚଳିତ ବର୍ଷ ସମସ୍ତ ବୋର୍ଡର ଦ୍ୱାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥି ମଧ୍ୟରୁ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଫଳାଫଳ ମଧ୍ୟ ପ୍ରକାଶ ପାଇଛି।ଏଥି ମଧ୍ୟରେ ଅନେକ ଛାତ୍ର ଛାତ୍ରୀ ବହୁ ମୂଲ୍ୟ ରଖି କୃତିତ୍ୱ ଅର୍ଜନ କରିଥିବା ବେଳେ ସେଥି ମଧ୍ୟରୁ ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ବୋରି ଗ୍ରାମର ପରୀକ୍ଷିତ ନାୟକ ଓ ବନିତା ନାୟକ ଙ୍କ ଝିଅ ଲିଜାରାଣୀ ନାୟକ ଦ୍ୱାଦଶ ରେ ୮୫.୬ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ସେ ପୂର୍ବରୁ ମଧ୍ୟ ଦଶମ ପରୀକ୍ଷା ରେ ୯୩.୮୮ପ୍ରତିଶତ ମାର୍କ ରଖି ବିଦ୍ୟାଳୟ ଓ ପରିବାର ପାଇଁ ଗୌରବ ଆଣିଥିଲେ ଲିଜା ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପ୍ରତାପ ଲକ୍ଷ୍ମଣ ପୁର ,ବେଲଗୁଣ୍ଠା ବ୍ଲକ୍ ରେ ପଢ଼ୁଥିଲେ ।ବିନା କୋଚିଂ ରେ ଲିଜାରାଣୀ ୯୦ ପ୍ରତିଶତ ମାର୍କ ଆଶା କରିଥିବା ବେଳେ ୮୫.୬ ପ୍ରତିଶତ ହାସଲ କରିଛନ୍ତି କଠିନ ପରିଶ୍ରମ ଦ୍ୱାରା ଏହା ସମ୍ଭବ ବୋଲି କହିଛନ୍ତି ଏହି ସଫଳତା କୁ ସମ୍ମାନ ଜଣାଇ ଆସିକା ଡିଭିଜନ ଏସ୍ ବି ଆଇ ଜୀବନ ବୀମା ର ପରିଚାଳକ ତଥା ପ୍ରବନ୍ଧକ ଶ୍ରୀ ସନ୍ତୋଷ ପାଢ଼ୀ ଏବଂ ଆଡାଭାଇଜ୍ ଶ୍ରୀକାନ୍ତ ଚନ୍ଦନ ଜେନା ଘରକୁ ଆସି ଉତ୍ତରୀୟ ଓ ପୁଷ୍ପା ଗୁଚ୍ଛ ଦେଇ ଶୁଭେଛା ଓ ସମ୍ମାନିତ କରିଛନ୍ତି। ଏବଂ ଆଗକୁ ବଡ ସଫଳତା ହାସଲ କର ବୋଲି ଆଶୀର୍ବାଦ ସହ ପ୍ରେରଣା ଦେଇଛନ୍ତି ।ଏସ ବି ଆଇ ଜୀବନ ବୀମା ଆସିକା ଡିଭିଜନ ପ୍ରବନ୍ଧକ ତଥା ପରିଚାଳକ ଏବଂ ସମସ୍ତ କର୍ମଚାରୀ ଶୁଭେଛା ଜଣାଇଛନ୍ତି ଏଭଳି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଓ ଶୁଭେଛା ଏସ ବି ଆଇ ଜୀବନ ବୀମା ର ଏକ ପ୍ରସଂଶନୀୟ କାର୍ଯ୍ୟ ବୋଲି ସମସ୍ତେ କହିଛନ୍ତି।

Leave a Reply

Your email address will not be published. Required fields are marked *

और पढ़ें