ଭଞ୍ଜନଗର ଆଇଟିଆଇରେ ଛାତ୍ରାବାସ ପାଇଁ ଶିଳାନ୍ୟାସ

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

ଭଞ୍ଜନଗର : ଭଞ୍ଜନଗର ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ରେ ଛାତ୍ରାବାସ ନିର୍ମାଣ ପାଇଁ ଆଜି ଶିଳାନ୍ୟାସ ହୋଇଛି। ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ (୫ କୋଟି ୪୩ ଲକ୍ଷ ଟଙ୍କା) ଓ ୧୫୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ (୭ କୋଟି ୭ ଲକ୍ଷ ଟଙ୍କା) ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି। ପିଲାମାନେ ବୈଷୟିକ ଶିକ୍ଷା ଗ୍ରହଣ କରି ନିଜର ଉତ୍ତମ ଭବିଷ୍ୟତ ଗଠନ ଦିଗରେ ପ୍ରୟାସ କରିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି। ଆଇନଜୀବୀ ବିଷ୍ଣୁପ୍ରସାଦ ପ୍ରଧାନ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସତ୍ୟରଞ୍ଜନ ପରିଡ଼ା, ନିର୍ବାହୀ ଯନ୍ତ୍ରୀ ଇଂ.ପ୍ରତାପ ନାୟକ, ଶିଳ୍ପ ତାଲିମକେନ୍ଦ୍ର ଅଧ୍ୟକ୍ଷ ଧନଞ୍ଜୟ ବାଙ୍କିରାଓ, ସାଂସଦ ପ୍ରତିନିଧି ରବୀନ୍ଦ୍ର କୁମାର ଗୌଡ଼ ଓ ଧୀରେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୨୩ ନଭେମ୍ବରରେ ଭଞ୍ଜନଗର ଶିଳ୍ପ ତାଲିମକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। କିନ୍ତୁ ହଷ୍ଟେଓ୍ ନିର୍ମାଣ ହୋଇ ନଥିବାରୁ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଥିଲେ।

Leave a Reply

Your email address will not be published. Required fields are marked *

और पढ़ें