‘ବୋଉ’ ମନସ୍କ ହେବାକୁ ଆହ୍ୱାନ

ରିପୋର୍ଟ -ମାଗୁଣୀ ମିଶ୍ର,ଭଞ୍ଜନଗର

ଭଞ୍ଜନଗର:ଆଧୁନିକ ଜୀବନଧାରା ପ୍ରବାହରେ ବୋଉ ଶବ୍ଦଟି କ୍ରମଶଃ ହଜିବାରେ ଲାଗିଛି। ଏହି ଡ଼ାକର ପଛରେ ଥିବା ଆତ୍ମୀୟ ପରମ୍ପରା ଓ ସମର୍ପିତ ଆନ୍ତରିକତାକୁ ପୁନର୍ଜୀବିତ ଉଦ୍ଦେଶ୍ୟରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ‘କବିତାରେ ବୋଉ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଓଡ଼୍ର ଖଣ୍ଡାୟତ କାଳିଞ୍ଜି ସମାଜ ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସଦର ସଭାପତି ଡ. ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷା ଡ. ଉଷା ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଶୈଳବାଳା ବିଷୋୟୀ, ଶ୍ରୀମତୀ ବିଜୟଲକ୍ଷ୍ମୀ ସ୍ୱାଇଁ, ଇନରହୁଇଲ କ୍ଲବ ସଭାପତି ଶ୍ରୀମତୀ ସୁନୀତା ବାରିକ ଉପସ୍ଥିତ ରହି ବୋଉ ସମର୍ପିତ ଜୀବନଧାରାକୁ କହିଥିଲେ। ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ସଂସଦର ସହ-ସମ୍ପାଦକ ତ୍ରିନାଥ ବେହେରା। କାର୍ଯ୍ୟକ୍ରମକୁ ସଂଚାଚନା କରିଥିଲେ ସଂସଦର ପରିଚାଳନା ସମ୍ପାଦିକା ପ୍ରଭାତୀ ମଞ୍ଜରୀ ବେହେରା। ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଉପସ୍ଥିତ ସମସ୍ତ ବୋଉ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତ୍ରୈମାସିକ ସାହିତ୍ୟ ପତ୍ରିକା ଲୋହରାଖଣ୍ଡିର ବୋଉ ବିଶେଷାଙ୍କ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମକୁ ଆହୁରି ଭାବମୟ କରିଥିଲା ବୋଉ ଉପରେ ଆଧାରିତ ସଙ୍ଗୀତ। ତାହା ପରିବେଷଣ କରିଥିଲେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ସ୍ୱାଇଁ, କଣ୍ଠଶିଳ୍ପୀ ସୌମ୍ୟ ରଞ୍ଜନ ବ୍ରହ୍ମା, ଶ୍ରୀମତୀ ରଜନୀ ସେଠୀ, ସୁଶ୍ରୀ ବିଶ୍ୱଜିତା ରାଉତରାୟ, ସନ୍ତୋଷ କୁମାର ନନ୍ଦ, ସୁଶ୍ରୀ ଶୁଭ୍ରା ସୁଲଗ୍ନା, ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର। ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ କବିତା ପାଠୋତ୍ସବରେ ୩୦ରୁ ଅଧିକ ସାହିତ୍ୟିକ ବୋଉ ଉପରେ ଆଧାରିତ ନିଜର ସ୍ୱ ରଚିତ କବିତା ପାଠ କରିଥିଲେ। ସଂସଦର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବାବେଳେ ଶ୍ରୀମତୀ ପ୍ରଣତି ପାଣିଗ୍ରାହୀ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें