ବ୍ରହ୍ମପୁର ସହରରେ ପୁଣି ଜଣେ ଯୁବକକୁ ମାରଣାନ୍ତକ ଆକ୍ରମଣ ଓ ପୋଲିସ୍ ଗୁଳିରେ ଗୁରୁତର ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି

ବ୍ୟୁରୋ ରିପୋର୍ଟ 

ବ୍ରହ୍ମପୁର -ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗର ଛକରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳୁ ବେହେରା ନାମକ ଜଣେ ଯୁବକକୁ କିଛି ଯୁବକ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ରେ ଆକ୍ରମଣ କରିଥିଲେ ଓ ମରି ଯାଉଥିବା ଭାବି ତାକୁ ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଖବର ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଓ ପୋଲିସକୁ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ତତକ୍ଷଣାତ୍ ପଦକ୍ଷେପ ସ୍ବରୂପ ଅଭିଯୁକ୍ତ ଜଗାର ସନ୍ଧାନ ପାଇ ସୁକୁଣ୍ଡା ଗ୍ରାମରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଜଗା ବୋମାମାଡ କରି ଚମ୍ପଟ୍ ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ର ପାଲଟା ଗୁଳି ରେ ଆହତ ହୋଇ ତଳେ ପଡିଯାଇଥିବା ପୋଲିସ ତାକୁ କାବୁ କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ବ୍ରହ୍ମପୁର ସହରର ସମ୍ବେଦନଶୀଳ ପରିସ୍ଥିତି ନେଇ ଅପରାଧୀ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଏହି ଏକ ସପ୍ତାହ ମଧ୍ୟରେ ପୋଲିସ ୩ ଜଣକୁ ଏନକାଉଣ୍ଟର କରିଛନ୍ତି ।

Leave a Reply

Your email address will not be published. Required fields are marked *

और पढ़ें