ବିଜେପିର ଜିଲ୍ଲା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର 

ଲେମ୍ଭେଇରେ ବିଜେପିର ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ନୀଳମାଧଵ ପାତ୍ରଙ୍କ ଅଧ୍ୟକ୍ଷତା ଏବଂ ପ୍ରଭାରୀ ଭଗବାନ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏହି ବର୍ଗର ବୈଷୟିକ ଶିବିରକୁ ରାଜ୍ୟ ସାଧାରଣ ସଂପାଦକ ସିମାଞ୍ଚଳ ଖଟେଇ ଉଦଘାଟନ କରିଥିଲେ। ପ୍ରଦର୍ଶନୀ ଶିବିରକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୌଦ୍ଧିକ ଏବଂ ସାଙ୍ଗଠନିକ ଦକ୍ଷତାର ବିକାଶ ପାଇଁ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ଦିଆଯାଇଛି।

ସାଂସଦ ତଥା କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବଳଭଦ୍ର ମାଝୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜକୁମାର ପୁଲୱାରୀୟା, ରାଜ୍ୟ ସାଧାରଣ ସଂପାଦକ ସାରଦା ପ୍ରସାଦ ଶତପଥି ଏବଂ ସିମାଞ୍ଚଳ ଖଟେଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରଥ ବିଶ୍ୱାଳ, ଖୋର୍ଦ୍ଧା ପ୍ରଭାରୀ ପବିତ୍ର ଦାସ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସଂପାଦକ ସରୋଜ କର ଏବଂ ଭଗବାନ ମହାନ୍ତି, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ପ୍ରମୁଖ ପ୍ରଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବର୍ଗ ପ୍ରଭାରୀ ଅରୁଣ ପଣ୍ଡା ଏବଂ ମହେଶ ମିଶ୍ର କାର୍ଯ୍ୟକ୍ରମର ତଦାରଖ କରିଥିବାବେଳେ ବର୍ଗ ପ୍ରମୁଖ ବୁଲୁ ସ୍ୱାଇଁ, ରବୀନ୍ଦ୍ର ଗୌଡ଼ ଏବଂ ସନ୍ତୋଷ ପାଳଙ୍କ ସହିତ ସମସ୍ତ ଜିଲ୍ଲା ପଦାଧିକାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ବର୍ଗରେ ଜିଲ୍ଲାର ସମସ୍ତ ୨୪ ଟି ମଣ୍ଡଳରୁ ୧୪୮ ତାଲିକାଭୁକ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷାଥ୍ରୀ ଭାବରେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

और पढ़ें