ରିପୋର୍ଟ-ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର ତାଲୁକା ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ଶେଖ ମହମ୍ମଦ କଏସ ଅଧ୍ୟକ୍ଷତା କରି ସାଧାରଣ ଲୋକଙ୍କୁ ଆଇନ ସମ୍ପର୍କିତ ବିଭିନ୍ନ ସୁବିଧା ଓ ସଚେତନତା ଏବଂ ନୂଆ ଆଇନ ଉପରେ ଲୋକଙ୍କୁ ସଚେତନ କରାଇଛନ୍ତି। ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ ସୁରକ୍ଷା, ଡି. ଭି ଆକ୍ଟ, ପୋକ୍ସୋ ଆଇନ ଏବଂ ସାମାଜିକ ଅପରାଧ ବିରୋଧୀ ଆଇନ ଉପରେ ସଚେତନ କରାଇଛନ୍ତି। ତାଲୁକା ଆଇନ ସେବା କମିଟି ସଦସ୍ୟ ଡ଼. ପୁର୍ଣଚନ୍ଦ୍ର ତ୍ରିପାଠୀ ଏବଂ ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଅଳକା ମଞ୍ଜରୀ ପଟ୍ଟନାୟକ ସଭାକୁ ସଂଯୋଜନା କରିଥିଲେ। ଦଦରାଲୁଣ୍ଡା ସମିତିସଭ୍ୟ ଶ୍ରୀନିବାସ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।









