ରିପୋର୍ଟ – ରାଜକିଶୋର ସାବତ
ଶେରଗଡ଼ -ଶେରଗଡ଼ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ମହୁପଦର ଶାଖା ଠାରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସଞ୍ଚୟ କରିଥିବା ଜମାକାରୀଙ୍କ ଉତ୍ତରାଧିକାରୀ ମାନଙ୍କୁ ମହୁପଦର ଶାଖାର ପରିଚାଳକ ଆଶୁତୋଷ ବେହେରା ଏବଂ ସିଏଫ୍ଏଲ୍ ଗାୟତ୍ରୀ ପାଢ଼ୀ ଙ୍କ ଦ୍ଵାରା ଦୁଇ ଲକ୍ଷ ଚେକ ପ୍ରଦାନ କରାଯାଇଛି ।ମନୁଷ୍ୟ ଜୀବନ ଚିରସ୍ଥାୟୀ ନୁହେଁ,ଏହାକୁ ଆଖିଆଗରେ ରଖି ଭାରତ ସରକାରଙ୍କ ଦ୍ଵାରା ବିଭିନ୍ନ ବୀମା ଯୋଜନା ମାଧ୍ୟମରେ ସ୍ୱଳ୍ପ ରୋଜଗାର ପରିବାର ବର୍ଗଙ୍କ ଭବିଷ୍ୟତକୁ କେନ୍ଦ୍ର କରି ବିଭିନ୍ନ ଜୀବନ ବୀମା ମାଧ୍ୟମରେ ସ୍ୱଳ୍ପ ସଂଚୟ ପରେ ବିମାକାରୀଙ୍କ ମୃତ ପରେ ଏହି ବିମାରାଶି ପରିବାର ବର୍ଗଙ୍କ ହିତ ସାଧନ ହୋଇଥାଏ । ଏହାକୁ ଆଖିଆଗରେ ରଖି ସରକାରଙ୍କ ଜୀବନ ଜ୍ୟୋତି ବୀମାରେ ବାର୍ଷିକ ୪୩୬ ଟଙ୍କା ସଞ୍ଚୟ କରି ମହୁପଦର ପଞ୍ଚାୟତର କିଛି ହିତାଧିକାରୀ ମୃତୁ ବରଣ କରିଥିଲେ।

ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ମହୁପଦର ଶାଖାର ପରିଚାଳକ ଆଶୁତୋଷ ବେହେରା ଏବଂ ସିଏଫ୍ଏଲ ଗାୟତ୍ରୀ ପାଢ଼ୀଙ୍କ ଦ୍ଵାରା କବିତା ବେହେରା ଓ ଅଶ୍ୱିନୀ ବିଷୋୟୀଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି।









