ବସ୍ ଟ୍ରକ ମୁହାଁମୁହିଁ ଧକ୍କା, ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ରିପୋର୍ଟ – ବିଜୟ କୁମାର ନାୟକ 

ବେଗୁନିଆପଡା-୯/୫-ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା।ଶନିବାର ସକାଳୁ ସକାଳୁ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି ।ବସ୍ ରେ ଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ଜଣେ ନାବାଳକର ଅବସ୍ଥା ସଂକଟାପନ୍ନ ରହିଛି । ଗଞ୍ଜାମ କୋଦଳା କଞ୍ଚଣା ମୁଖ୍ୟ ରାସ୍ତା ନିକଟସ୍ଥ ବାଲି ଢାବା ଠାରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ।ପୋଲସରା ରୁ ପୁରୀ ଅଭିମୁଖେ ଯାଉଥିବା ଦୁର୍ଗା ମାଧବ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସହ କଟକରୁ କୋଦଳା ଅଭିମୁଖେ ଆସୁଥିବା ଏକ ମୃଦୁ ପାନୀୟଜଳ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ବସରେ ବସିଥିବା ଯାତ୍ରୀ ମାନେ ଆହତ ହୋଇଥିବା ବେଳେ ଟ୍ରକ ଡ୍ରାଇଭର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ।ତାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କଟିଥିଲେ ।ଦୁର୍ଘଟଣାରେ ବସ୍ ରେ ଥିବା ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି ।ସେଥିମଧ୍ୟରୁ ପ୍ରମିତ କୁଣ୍ଡୁ ନାମକ ଜଣେ ୭ ବର୍ଷର ନାବାଳକ ଗୁରୁତର ହୋଇଥିବା ଜଣା ପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।ଖବର ପାଇ କୋଦଳା ଥାନା ପୋଲିସ, ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଦର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ଯ ଟ୍ରକ ଡ୍ରାଇଭରଙ୍କ ଖାମଖିଆଲି ଯୋଗୁଁ ଟ୍ରକଟି ବସ୍ କୁ ପିଟିଥିବା ଘଟଣା ସ୍ଥଳରୁ ଜଣାପଡିଛି ।ସେପଟେ ଦୁର୍ଘଟଣା ପରେ ଆସିକା – ଭୁବନେଶ୍ବର ରାଜ୍ଯ ରାଜପଥ ଅବରୋଧ ହୋଇଥିଲା।ଉଭୟ ଟ୍ରକ ଓ ବସ୍ କ୍ଷତିଗ୍ରସ୍ତ ହୋଇ ରାସ୍ତା ଉପରେ ରହିଥିବାରୁ ଗମନାଗମନରେ ବାଧା ଉପୁଜିଛି । କୋଦଳା ପୋଲିସ ପହଂଚି ଗମନା ଗମନର ସହାୟତା କରିଛନ୍ତି ।

Leave a Reply

Your email address will not be published. Required fields are marked *

और पढ़ें