ରିପୋର୍ଟ -ବିଜୟ କୁମାର ନାୟକ
ବେଗୁନିଆପଡା-ବିଜେଡିର ଅଭିଯୋଗକୁ କାଉଣ୍ଟର କରି ସମ୍ବେଦନଶୀଳ ଘଟଣା କୁ ନେଇ ହିନ ରାଜନୀତି କରାନଯାଉ ବୋଲି କହିଛନ୍ତି ଆସିକା ସାଂସଦ । ହିଞ୍ଜିଳିକାଟୁ ଥାନା କେ. ଖରିଡା ଗାଁ ରେ ପ୍ରେମିକ ଦୁଆରେ ଧାରଣାରତ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ ଆସିକା ସାଂସଦଙ୍କ ମାନବିକତା ଉପରେ ପ୍ରଶ୍ନ କରିଥିଲେ ବିଜେଡି ମହିଳା ସେଲ ରାଜ୍ୟ ସମ୍ପାଦିକା ତଥା ପୂର୍ବତନ ଆସିକା ସାଂସଦ ପ୍ରାଥୀନି ରଂଜିତା ସାହୁ । ହତ୍ୟା ଘଟଣା ଦିନ ସାଂସଦ ନିଜ ଅଞ୍ଚଳରେ ଥାଇ ସୁଦ୍ଧା ଘଟଣା ସ୍ଥଳରେ ପହଞ୍ଚି ନଥିବା ଏବଂ ରମ୍ଭା ପ୍ଯାଲେସ୍ ରେ ମଉଜ ମସ୍ତି କରୁଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଛନ୍ତି ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ । ଅଭିଯୋଗକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ଆସିକା ସାଂସଦ ।ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ହୀନ ରାଜନୀତି କରା ନଯାଉ ବୋଲି ଅନୁରୋଧ କରିଛନ୍ତି ସାଂସଦ। ଘଟଣା ସଂପର୍କରେ ଟିକିନିଖି ଖବର ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି। ମହିଳା କମିଶନ ଟିମ୍ ଆସି ଘଟଣାର ତଦନ୍ତ କରିବେ, କିନ୍ତୁ ହିଞ୍ଜିଳି ବିଧାୟକ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀର ଘଟଣା, କିନ୍ତୁ ନବୀନ କୁଆଡେ ଗଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସାଂସଦ। ସେପଟେ ହତ୍ୟାକାଣ୍ଡ ଘଟଣା ଦିନ ପର୍ଯ୍ୟଟନ ବିଭାଗ କର୍ମକର୍ତ୍ତା ମାନେ ତାରାତାରିଣୀ ମନ୍ଦିର ଗସ୍ତରେ ଆସିଥିବା ବେଳେ ସେମାନଙ୍କ ସହ ପାରିବାରିକ ସଂପର୍କ ଥିବା ଯୋଗୁଁ ରମ୍ଭା ଠାରେ ଘଟଣା ପୂର୍ବରୁ ମଧ୍ୟାହ୍ନ ଭୋଜନ କରୁଥିଲୁ। ଏହା କଣ ବେଆଇନ କି ବୋଲି ସେ କହିଛନ୍ତି। ଓଡ଼ିଶାର ସ୍ବର ଦିଲ୍ଲୀ ଦରବାରରେ ଶୁଭୁ ନଥିବା ଅଭିଯୋଗ କୁ ପ୍ରତ୍ଯାଖାନ କରିଛନ୍ତି। ବିଗତ ୨୦ ବର୍ଷ ଧରି ବିଜୁ ଜନତା ଦଳର ନିର୍ବାଚିତ ସାଂସଦ ମାନେ କଣ କରୁଥିଲେ ଏବଂ ଆମେ ଲୋକସଭାରେ କିଭଳି ସମାସ୍ଯା ଉପସ୍ଥାପନ କରୁଛୁ ତାହାର ଖୋଲା ମୈଦାନ ରେ ତର୍ଜମା ହେଉ ବୋଲି କହିଛନ୍ତି ଆସିକା ସାଂସଦ ।ବିଜୁ ଜନତା ଦଳର ଏକ ଟିମ୍ ବାଳାଶ୍ରମରେ ଅନାଥ ଶିଶୁ କନ୍ୟାକୁ ଭେଟିଥିବା ବେଳେ ବିଜେଡି ନେତ୍ରୀ ରଞ୍ଜିତା ସାହୁଙ୍କୁ ସେଠି ଦେଖିବାକୁ ମିଳିନି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି। ବିଗତ ସରକାର ସମୟରେ ଯେତେବେଳେ ନାରୀ ନିର୍ଯ୍ଯାତନା ଠାରୁ ଆରମ୍ଭ କରି ଆଇନଶୁଙ୍ଖଳା ପରିସ୍ଥିତି ହେଉଥିଲା ୨ ବର୍ଷର ସରକାରକୁ ପୂର୍ବ ସରକାର ପ୍ରଶ୍ନ କରିବା ପୂର୍ବରୁ ନିଜକୁ ତର୍ଜମା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଘଟଣା ପରେ ହିଞ୍ଜିଳି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛି। ଦୋଷୀକୁ ଦଣ୍ଡ ମିଳିବାରେ ଆମ ସରକାର ଯାହା କିଛି ପଦକ୍ଷେପ ନେବା କଥା ତାହା ନିଶ୍ଚିତ ଭାବେ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆସିକା ସାଂସଦ ଅନିତା ଶୁଭଦର୍ଶିନି ପଟ୍ଟନାୟକ ।









