ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

କେ.ଖରିଡା ଗାଁ ରେ ଯୁବତୀଙ୍କୁ ହତ୍ୟା ଘଟଣା:ଆସିକା ସାଂସଦଙ୍କ ମାନବିକତା ଉପରେ ପ୍ରଶ୍ନ କଲା ବିଜେଡ଼ି

ବ୍ରହ୍ମପୁର-ଆସିକା ସାଂସଦଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଲା ବିଜେଡି। ହିଞ୍ଜିଳିକାଟୁ ଥାନା କେ ଖରିଡା ଗାଁ ରେ ପ୍ରେମିକ ଦୁଆରେ ଧାରଣାରତ ପ୍ରେମିକାକୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ଘଟଣାରେ ଆସିକା ସାଂସଦ ଅନିତା ଶୁଭଦର୍ଶିନି ଙ୍କ ଉପରେ ବର୍ଷିଛନ୍ତି ବିଜେଡି ମହିଳା ସେଲ୍ ରାଜ୍ୟ ସଂପାଦିକା ତଥା ଆସିକା ସାଂସଦ ପ୍ରାର୍ଥୀନୀ ଡଃ ରଞ୍ଜିତା ସାହୁ।କୋଦଳା ଠାରେ ଏନେଇ ଗଣମାଧ୍ୟମ ସମ୍ମୁଖରେ ଆସିକା ସାଂସଦଙ୍କ କାର୍ଯ୍ୟକଳାପକୁ ନେଇ ନିନ୍ଦା କରିଛନ୍ତି। ଗତ ୫ ତାରିଖରେ ସଂପୃକ୍ତ ଧାରଣାରତ ପ୍ରେମିକାକୁ ହତ୍ୟା କରାଯାଇଥିଲା। ସେପଟେ ସେହି ଦିନ ହିଁ ଆସିକା ସାଂସଦ ନିଜ ଅଞ୍ଚଳରେ ଥାଇ ସୁଦ୍ଧା ଘଟଣା ସ୍ଥଳରେ ପହଞ୍ଚି ନଥିଲେ । ହତ୍ୟା କରାଯାଇଥିବା ମହିଳା ଓ ତାକଂର କୁନି ଝିଅକୁ ସମବେଦନା ଜଣାଇବା ପାଇଁ ଭୂଲିଗଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି ନେତ୍ରୀ ରଞ୍ଜିତା ସାହୁ। ସେହିଦିନ ଆସିକା ସାଂସଦ ଅନିତା ଶୁଭଦର୍ଶିନି ରମ୍ଭା ପ୍ଯାଲେସ୍ ରେ ମଉଜ ମସ୍ତି କରୁଥିଲେ, ସାଂଗ ସାଥିକଂ ଗହଣରେ ଡିନର୍ କରୁଥିଲେ। ୫ ମିନିଟ ସମୟ ବାହାର କରିପାରିଲେ ନାହିଁ ସମବେଦନା ଜଣାଇବା ପାଇଁ। ଆଇନଶୃଙ୍ଖଳା ଦିନକୁ ଦିନ ଭୁଷୁଡ଼ି ପଡୁଥିବା ବେଳେ ସାଂସଦ ମଉଜ କରୁଛନ୍ତି। ଏହାକୁ ବିଜୁ ଜନତା ଦଳ ପକ୍ଷରୁ କଡା ନିନ୍ଦା କରା ଯାଉଛି ବୋଲି କହିଛନ୍ତି ରଞ୍ଜିତା। ଦିଲ୍ଲୀରେ ତ ଓଡିଶାର ସ୍ବର ଉଠାଇ ପାରୁ ନାହାନ୍ତି, କିନ୍ତୁ ନିଜ ସଂସଦୀୟ କ୍ଷେତ୍ରରେ ମହିଳାଙ୍କ ପାଇଁ ସ୍ବର ଉଠାଉ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ହତ୍ୟାକାଣ୍ଡ ଅତି ଜଘନ୍ଯ ବୋଲି କହିବା ସହିତ ମହିଳା ଜଣକ ଧାରଣା ଦେବା ପୂର୍ବରୁ ପୋଲିସ କୁ ଅବଗତ କରାଇଥିଲେ। ହେଲେ ପୋଲିସ ସୁରକ୍ଷା ଦେଇ ପାରିଲା ନାହିଁ। ଗାଁ ଦାଣ୍ଡରେ ମହିଳାଙ୍କୁ ପ୍ରେମିକର ଭାଇ ଟାଙ୍ଗିଆରେ ହାଣି ହତ୍ୟା କଲା। ଏ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି ବିଜୁ ଜନତା ଦଳ। ସେପଟେ ଏନେଇ ଆସିକା ସାଂସଦଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ। ଫଳରେ ପ୍ରତିକ୍ରିୟା ହସ୍ତଗତ ହୋଇ ପାରି ନାହିଁ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!