ବ୍ରହ୍ମପୁର- ମାନ୍ୟବର ତୃତୀୟ ଜ଼ିଲ୍ଲା ବିଚାରପତି ଦିବସ୍ୱତ ଗୌତମ ଏକ ହତ୍ୟା ଉଦ୍ୟମ କେସ ନଂ ଏସ୍ଟି ୮୫/୨୨ ର ବିଚାର କରି ବରିଷ୍ଠ ବିଜେଡି ନେତା ଯୋଗେନ୍ଦ୍ର ସ୍ୱାଇଁ,ରାଧାଦେଇପୁର ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ, ବାସୁଦେବ ପ୍ରଧାନ ଙ୍କ ସମେତ ସର୍ବମୋଟ ସାତ ଜଣଙ୍କୁ ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଛନ୍ତି lପ୍ରକାଶ ଥାଉକି ,୨୦୨୨ ମସିହା ଦୋଳପୁର୍ଣିମା ଅବସରରେ ଉସ୍ତା ଜଗନାଥପୁର ଗ୍ରାମର ସଭାପତି ଯୋଗେନ୍ଦ୍ରଙ୍କ ସଭାପତିତ୍ୱରେ ପାରମ୍ପରିକ ସଭା କାର୍ଯ୍ୟ ଚାଲୁଥିବାବେଳ ଗ୍ରାମର ଅନ୍ୟ ଏକ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ କାରଣରୁ ଉକ୍ତ ଗ୍ରାମର ନିଲୁ ସ୍ୱାଇଁଙ୍କ ଏତଲା କ୍ରମେ ଯୋଗେନ୍ଦ୍ର ଏବଂ ଅନ୍ୟ ସାତ ଜଣଙ୍କ ବିରୁଦ୍ଧରେ ପାଟପୁର ଥାନା ରେ କେସ ନଂ ୮୫/୨୨ ଏକ ମାମଲା ୠଜୁହୋଇଥିଲା l ଚାରି ବର୍ଷ ଧରି ଚାଲୁରହିଥିବା ଉକ୍ତ ମାମଲାକୁ ଆସାମୀ ମାନଙ୍କ ତରଫରୁ ବରିଷ୍ଠ ଆଇନଜିବୀ ବିରେନ ପଟ୍ଟନାୟକ ପରିଚାଳନା କରୁଥିବା ବେଳ ସହ ସହଯୋଗୀ ଆଇନଜିବି ଅନୁଜ ପଟ୍ଟନାୟକ ମକଦ୍ଦମା ପରିଚାଳନରେ ସହଯୋଗ କରୁଥିଲେ l









