ବାଉଁଶକୁମ୍ଭ ତଳେ ଚାପି ହୋଇ ଶାଶୁ ବୋହୁ ମୃତ

ରିପୋର୍ଟ -ମାଗୁଣୀ ମିଶ୍ର 

ଭଞ୍ଜନଗର -୮/୫-: ଭଞ୍ଜନଗର ଥାନା ମୁଦୁଲୀପଲ୍ଲୀ ଗ୍ରାମ ନିକଟରେ ଆଜି ଏକ ଅଘଟଣ ଘଟିଯାଇଛି। ଆଉ ଆଜି ଅପରାହ୍ନ ସମୟରେ ଅଚାନକ କାଳବୈଶାଖୀ ର ପ୍ରଭାବରେ ବେଲଗୁଣ୍ଠା ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।ଏହି ସମୟରେ ଦୁଇଜଣ ମହିଳା ଅର୍ଥାତ ଶାଶୁବୋହୁ ଏକ ବାଉଁଶ ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବାଉଁଶ କୁମ୍ଭ (ଗଛ ସମୂହ ) ପବନରେ ଉପୁଡିଯିବା କାରଣରୁ ଶାଶୁବୋହୂର ମୃତ୍ୟୁ ହୋଇଥିଲା। ମୃତ ଦୁଇଜଣ ମୁଦୁଲୀପଲ୍ଲୀ ଗ୍ରାମର ହୋଇଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଦୁଇଜଣ ହେଲେ ଶାଶୁ ଶୈଳ ବିଷୋୟୀ ଓ ବୋହୁ ସନ୍ତୋଷିନୀ ବିଷୋୟୀ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

और पढ़ें