ଖଲ୍ଲିକୋଟରେ ଦୁଇ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ କଲେ ବିଧାୟକ 

ରିପୋର୍ଟ: -ମାଧବ ବେହେରା

ଖଲିକୋଟ -ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପରିସରରେ ବୁଧବାର ଦିନ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତ୍ରପୁର ସ୍ଥିତ ଭାରତୀୟ ବିରଳ ମୃତ୍ତିକା (I.R.E.L) କମ୍ପାନୀ ପକ୍ଷରୁ ଏହାର ସିଏସଆର (CSR) ପାଣ୍ଠି ସହାୟତାରେ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ବ୍ୟାଟେରୀ ଚାଳିତ ଗାଡ଼ି ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗ ଦେଇଥିଲେ। ଅତିଥିମାନେ କହେଁଇପୁର ଗ୍ରାମର ରାଜଲକ୍ଷ୍ମୀ ବେହେରା ଏବଂ କନକ ଗ୍ରାମର ଓମ୍ ବେହେରାଙ୍କୁ ସବୁଜ ପତାକା ଦେଖାଇ ଗାଡ଼ିର ଶୁଭାରମ୍ଭ କରିବା ସହ ସେମାନଙ୍କୁ ଗାଡ଼ିର ଚାବି ହସ୍ତାନ୍ତର କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଡିଓ ଦେବାଶିଷ ସାମଲ, ତହସିଲଦାର ଡି. ମାଲେଶ୍ୱର ପାତ୍ର ଏବଂ ବରିଷ୍ଠ ବିଜେପି ନେତା ଅନିଲ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହ ଯୁବ ନେତା ଯଜ୍ଞ ନାରାୟଣ ଦାଶ, ଶଙ୍କର ପ୍ରସାଦ ନାହାକ, ନିରଞ୍ଜନ ନାୟକ, ଅରୁଣ କୁମାର ଖୁଣ୍ଟିଆ, ମନୋଜ କୁମାର ପ୍ରଧାନ, ପ୍ରଦୀପ୍ତ କୁମାର ପଟ୍ଟନାୟକ ଏବଂ ଅଟଳ ଯୁବ ବାହିନୀ ସଭାପତି ଶୁଭାଜି କୁମାରଙ୍କ ସମେତ ବହୁ ସ୍ଥାନୀୟ ସରପଞ୍ଚ ଓ ଆଇ.ଆର.ଇ.ର ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

और पढ़ें