ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଦାନପୁର ପଞ୍ଚାୟତକୁ ‘ମଦ ମୁକ୍ତ’ କରିବା ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ-ମାଧବ ବେହେରା

 

         ଖଲ୍ଲିକୋଟ-୦୬/୦୫-ଖଲ୍ଲିକୋଟ ବ୍ଲକରେ ଦିନକୁ ଦିନ ଦେଶୀ ଓ ବିଦେଶୀ ମଦର ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ମଦ୍ୟପାନ ଯୋଗୁଁ ପାରିବାରିକ ହିଂସା ବଢିବା ସହ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି । ମଦ୍ୟପାନ ଜନିତ ଗଣ୍ଡଗୋଳ ଏବଂ ସଡ଼କ ଦୁର୍ଘଟଣା ଏବେ ନିତିଦିନିଆ ଘଟଣା ପାଲଟିଛି ।

          ଅବକାରୀ ଏବଂ ପୋଲିସ ବିଭାଗରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଅଞ୍ଚଳରେ ବେଆଇନ ଦେଶୀ ମହୁଲି ମଦର ବନ୍ୟା ଛୁଟିଛି । ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଝାଡ଼େଶ୍ୱର ମନ୍ଦିର ନିକଟ, ବିଦ୍ୟାଳୟ ସମ୍ମୁଖ, ଏବଂ ନଦୀ-ପୋଖରୀକୁ ଯିବା ରାସ୍ତାରେ ଖୁଲମଖୁଲା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଦାନପୁର ପଞ୍ଚାୟତ ଅନ୍ତର୍ଗତ ଦେଉଳପଲ୍ଲୀ ଗ୍ରାମରେ ମଧ୍ୟ ବେଆଇନ ମଦ କାରବାର ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡ଼ିଛନ୍ତି ।

          ଏହି ସମସ୍ୟାର ସମାଧାନ ପାଇଁ ଦାନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ ଓ ବର୍ତ୍ତମାନର ସରପଞ୍ଚ ଭାରତୀ ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ଖଲ୍ଲିକୋଟ ବ୍ଲକ ପରିସରରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାନପୁରକୁ ଏକ ‘ମଦ ମୁକ୍ତ ପଞ୍ଚାୟତ’ ଭାବେ ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି ।

     ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତର ବିନା କୌଣସି ଅନୁମତି ପତ୍ର ବା ଏନଓସିରେ ଏହି ମଦ ଦୋକାନଗୁଡ଼ିକ ଚାଲିଛି । ଏନେଇ ପଞ୍ଚାୟତ ଗ୍ରାମସଭାରେ ଏକ ସଂକଳ୍ପ ପାରିତ କରାଯାଇଛି । ଏହି ସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳ, ଅବକାରୀ ଅଧୀକ୍ଷକ ଏବଂ କୋଦଳା ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!