ଅବ୍ୟବସ୍ଥା, ଅସୁରକ୍ଷିତ ତଥା ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ମଧ୍ୟରେ ମେଳା

ରିପୋର୍ଟ -ଶିବରାମ ଚୌଧୁରୀ 

ଭଞ୍ଜନଗର-୮/୫-ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ରେ ଦର୍ଶକ ଙ୍କ ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ,ଏଠାରେ ପ୍ରଶ୍ନ ଉଠୁଛି ବସଷ୍ଟାଣ୍ଡ ପରି ଜନଗହଳି ରାସ୍ତା ପାଖରେ ମୀନାବଜାର, ରଙ୍ଗମଞ୍ଚ ଓ ଅପେରା ସବୁ ଗୁଞ୍ଜି ଦେବା କେତେଦୂର ଠିକ୍‍। ଜେଲ ପଡ଼ିଆରେ ପଡ଼ିଥିବା ମୀନାବଜାର ଭିତରେ ଲୋକଯିବା ପାଇଁ କମ୍‍ ରାସ୍ତା,ପଡ଼ିଆରେ କ୍ଷମତା ଠାରୁ ଅଧିକ ଲୋକଙ୍କ ସମାଗମ ସହ ବିଭିନ୍ନ ପ୍ରକାର ଦୋଳି ସହ ଖାଦ୍ୟ ଏବଂ ଅନ୍ୟ ଷ୍ଟଲ ସବୁ ପାଖାପାଖି ହୋଇ ରହିଛି,ଯାହା ଫଳରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହେଉଛି ସେଥିରେ ପୁଣି କମ ସୁରକ୍ଷା କର୍ମୀ ନିୟୋଜିତ ଥିବାରୁ ପରିସ୍ଥିତି ଅସମ୍ଭାଳ ଭିଡ।ମା’ଙ୍କ କୃପାରୁ କିଛି ଅଘଟଣ ନଘଟୁ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ରହିବ? ଗତ କାଲି ରାତିରେ ବସ୍‍ଷ୍ଟାଣ୍ଡ ପାଖରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପୋଲିସ ନଥିଲେ କି ସ୍ୱେଚ୍ଛାସେବୀ ନଥିଲେ।ଯଦ୍ୱାରା ବସଷ୍ଟାଣ୍ଡ ରାସ୍ତା, ବେଲଗୁଣ୍ଠା ରୋଡ଼, ଜେଲ ରୋଡ଼ରେ ଟ୍ରାଫିକ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।ଏପରି ଟ୍ରାଫିକ ସମସ୍ୟା ଘଟିବାର ମୁଖ୍ୟ କାରଣ ଏହାଯେ ବସ୍‍ଷ୍ଟାଣ୍ଡ ପାଖରେ ମୀନାବଜାର, ରଙ୍ଗମଞ୍ଚ ଏବଂ ଅପେରା ସବୁ ପାଖାପାଖି ରହିବା ଯୋଗୁଁ।ପ୍ରତ୍ୟେକ ଦିନ ଭଞ୍ଜନଗରରୁ ଭୁବନେଶ୍ୱର,ବ୍ରହ୍ମପୁରକୁ ଶହ ଶହ ଗାଡି ଯିବା ଆସିବା କରୁଛି ସେଥିରେ ପୁଣି ଜରୁରୀ ଆମ୍ବୁଲାନ୍ସ ମଧ୍ୟ ଯିବା ଆସିବା କରୁଛି ଏସବୁ ଭିତରେ ଜନଗହଲି ସ୍ଥାନରେ ମେଳାକୁ ଅନୁମତି କେତେ ଯୁକ୍ତିଯୁକ୍ତ।ଏତିକି ଲୋକ ବହୁତ କମ୍‍ ।ଆଗକୁ ଯାତ୍ରାରେ ଆହୁରି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି କାରଣ ଯାତ୍ରାର ଦିନ ବଢ଼ିବା ସହିତ ଲୋକଙ୍କ ସଂଖ୍ୟା ମଧ୍ୟ ବଢ଼ିବ ତେଣୁ ପ୍ରଶାସନ କେତେ ଦୂର ସୁନ୍ଦର ବ୍ୟବସ୍ଥା ଭିତରେ ଐତିହାସିକ ଠାକୁରାଣୀ ଯାତ୍ରାକୁ ଆଗକୁ ନେଉଛି ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ। ଦର୍ଶକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆ ନଗଲେ ଆଗାମୀ ଦିନରେ ଅଘଟଣ ଘଟିବା ସୁନିଶ୍ଚିତ।

Leave a Reply

Your email address will not be published. Required fields are marked *

और पढ़ें