ରିପୋର୍ଟ -ବିଜୟ କୁମାର ନାୟକ
ବେଗୁନିଆପଡା-ବେଗୁନିଆପଡା ବ୍ଲକ ଅନ୍ତର୍ଗତ ରାଗପୁର ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରାଗପୁର ସ୍ଥିତ କୋଠଘରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ବୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବା ବେଳେ ରକ୍ତଦାନ ଭଳି କାର୍ଯ୍ୟକ୍ରମକୁ ନେଇ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାଶ , ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ବରିଷ୍ଠ ନେତା ଅନିଲ ପଣ୍ଡା,ବରିଷ୍ଠ ଯୁବନେତା ସୀତାରାମ ପାଣିଗ୍ରାହୀ,ଖଲ୍ଲିକୋଟ ଏନଏସି ସାଂସଦ ପ୍ରତିନିଧି ଶଙ୍କର ନାହାକ, ଯୁବନେତା ଅଜିତ ପଣ୍ଡା,ବିଭୁତି ପାଣ୍ଡୀ, ସଂଜୀବ ସାହୁ, ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବସନ୍ତ ଗୌଡ଼,କ୍ରିଷ୍ଣା ଦୋରା,ମୂଳିଆ ଜେନା ଗୋପୀନାଥ ଦୋରା ପ୍ରମୁଖ ସଂଯୋଜନା କରି ଥିଲେ । ଏହି ଶିବିରରେ ମୋଟ ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି ।









