ରିପୋର୍ଟ – ବିଜୟ କୁମାର ନାୟକ
ବେଗୁନିଆପଡା-ବିଭିନ୍ନ ରାଜ୍ୟରେ ବିଜେପିର ସଫଳତାକୁ ନେଇ କୋଦଳା ଓ ବେଗୁନିଆପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି ବାଇକ ରାଲି ସହ ଶୋଭାଯାତ୍ରା । କୋଦଳା ଦଣ୍ଡିଶ୍ୱର ମନ୍ଦିର ଠାରୁ ଏନ.ଏ.ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ।ସେହିପରି ମଣ୍ଡଳ ସଭାପତି ନିରଞ୍ଜନ ପ୍ରଧାନଙ୍କ ନେତୃତ୍ୱ ରେ କେ.ବରିଡା ଠାରୁ ବେଗୁନିଆପଡ଼ା ବଜାର ପରିକ୍ରମା କରିଛନ୍ତି । ଏଥିରେ ଜନପ୍ରତିନିଧି, ବ୍ଲକ ଓ ଏନ୍ ଏ ସି ବିଜେପି କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବିଜେପି ପତାକା ଧରି ଏହି ଶୋଭାଯାତ୍ରାରେ ସମସ୍ତେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଜୀ, ଅମିତ ସାହାଙ୍କ ନିର୍ବାଚନ ପରିଚାଳନା, ଜନ ହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଛି। ଭାରତ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯାଇଛି । ବିଶେଷ କରି ପଶ୍ଚିମବଙ୍ଗରେ ବିଜେପିର ବିଜୟକୁ ଖୁସି ମନାଇଛନ୍ତି ବିଜେପି କର୍ମୀ । ବାଣ ଫୁଟାଇବା ସହ ମିଠା ବଣ୍ଟନ କରି ଥିଲେ ।









