ସରକାରୀ ଉଦ୍ୟୋଗ କମିଟିର ଅଧ୍ୟକ୍ଷ ଭାବେ ବୈଜୟନ୍ତ ପଣ୍ଡା ନିଯୁକ୍ତ: କମିଟିର ସଦସ୍ୟ ତାଲିକାରେ ଓଡ଼ିଶା ରୁ ୩

ନୂଆଦିଲ୍ଲୀ: ଭାରତୀୟ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ କମିଟି ‘ସରକାରୀ ଉଦ୍ୟୋଗ କମିଟି’ (Committee on Public Undertakings) ର ୨୦୨୬-୨୭ ବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କୁ ବାଚସ୍ପତି ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

ଏହି କମିଟିର କାର୍ଯ୍ୟକାଳ ୧ ମଇ ୨୦୨୬ ରୁ ଆରମ୍ଭ ହୋଇ ୩୦ ଅପ୍ରେଲ ୨୦୨୭ ପର୍ଯ୍ୟନ୍ତ ରହିବ।

ଏହି କମିଟିରେ ମୋଟ ୨୨ ଜଣ ସଦସ୍ୟ ଅଛନ୍ତି, ଯେଉଁଥିରେ ଲୋକସଭାରୁ ୧୫ ଜଣ ଏବଂ ରାଜ୍ୟସଭାରୁ ୭ ଜଣ ସାଂସଦ ସାମିଲ ଅଛନ୍ତି। ଏଥିରେ

ଲୋକସଭାର ସଦସ୍ୟ

୧. ଶ୍ରୀ ତାରିଖ ଅନୱର

୨. ଶ୍ରୀ ଚନ୍ଦ୍ର ପ୍ରକାଶ ଯୋଶୀ

୩. ଶ୍ରୀମତୀ କାନିମୋଝି କରୁଣାନିଧି

୪. ଶ୍ରୀ କୌଶଳେନ୍ଦ୍ର କୁମାର

୫. ଶ୍ରୀ ଶଙ୍କର ଲାଲୱାନି

୬. ଶ୍ରୀମତୀ ପୁନମବେନ ହେମତଭାଇ ମାଡମ

୭. ଶ୍ରୀ ବୈଜୟନ୍ତ ପଣ୍ଡା (ଅଧ୍ୟକ୍ଷ)

୮. ଶ୍ରୀ ବି. ୱାଇ. ରାଘବେନ୍ଦ୍ର

୯. ଶ୍ରୀ ରାଜୀବ ରାୟ

୧୦. ଶ୍ରୀ ମୁକେଶ ରାଜପୁତ

୧୧. ଶ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା

୧୨. ପ୍ରଫେସର ସୌଗତ ରାୟ

୧୩. ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

୧୪. ଶ୍ରୀ କୋଡିକୁନ୍ନିଲ ସୁରେଶ

୧୫. ଶ୍ରୀ ପ୍ରଭାକର ରେଡ୍ଡୀ ଭେମିରେଡ୍ଡୀ

 

ରାଜ୍ୟସଭାର ସଦସ୍ୟ:

୧୬. ଡକ୍ଟର ଜନ୍ ବ୍ରିଟାସ୍

୧୭. ଶ୍ରୀ ମିଲିନ୍ଦ ମୁରଲୀ ଦେଓରା

୧୮. ଡକ୍ଟର ସୟଦ ନାସିର ହୁସେନ୍

୧୯. ଶ୍ରୀ ସଞ୍ଜୟ କୁମାର ଝା

୨୦. ଶ୍ରୀ ସୁରେନ୍ଦ୍ର ସିଂ ନାଗର

୨୧. ଶ୍ରୀ ଦେବାଶିଷ ସାମନ୍ତରାୟ

୨୨. ଶ୍ରୀ ଅରୁଣ ସିଂ

ଏହି କମିଟି ମୁଖ୍ୟତଃ ସରକାରୀ ଅଧୀନରେ ଥିବା ବିଭିନ୍ନ ସଂସ୍ଥା ବା ଉଦ୍ୟୋଗଗୁଡ଼ିକର କାର୍ଯ୍ୟକାରିତା ଓ ରିପୋର୍ଟ ସମୀକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ତାଲିକାରେ ଓଡ଼ିଶାରୁ ବୈଜୟନ୍ତ ପଣ୍ଡା, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟଙ୍କ ଭଳି ବରିଷ୍ଠ ନେତାଙ୍କ ସ୍ଥାନ ଓଡ଼ିଶା ପାଇଁ ଏକ ଗୌରବର ବିଷୟ।

Leave a Reply

Your email address will not be published. Required fields are marked *

और पढ़ें