ରିପୋର୍ଟ-ବିଜୟ କୁମାର ନାୟକ
ବେଗୁନିଆପଡ଼ା-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅଧିକାରୀ ଶ୍ରୀ ଭଗବାନ ପୂଜାରୀଙ୍କ ନେତୃତ୍ୱରେ ଶନିବାର ଦିନ ବ୍ଲକ ମୁଖ୍ୟାଳୟ ଓ କେ. ବରିଡ଼ା ମଧ୍ୟରେ ଥିବା ଗୌଡ଼ ଗୌଡ଼ୁଣି ମନ୍ଦିର ନିକଟସ୍ଥ ପୂର୍ତ୍ତ ବିଭାଗ ରାସ୍ତାରେ ବ୍ୟାପକ ଗାଡ଼ି ଯାଞ୍ଚ କରାଯାଇଛି।
ପୋଲିସ ପକ୍ଷରୁ ଗାଡ଼ି ଚାଳକଙ୍କୁ ଟ୍ରାଫିକ ନିୟମ ପାଳନ କରିବା ପାଇଁ ପରାମର୍ଶ ଦିଆଯିବା ସହ ଅମାନିଆଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଜୋରିମାନା ଆଦାୟ କରାଯାଇଛି। ବିଶେଷ କରି ବିନା ଇନ୍ସୁରାନ୍ସରେ ଯାତ୍ରୀ ପରିବହନ କରୁଥିବା,ଦୁଇ ଚକିଆ ଯାନରେ ହେଲମେଟ, ଚାରି ଚକିଆ ଯାନରେ ସିଟ୍ ବେଲ୍ଟ ମୋବାଇଲ ଫୋନ ବ୍ୟବହାର ନ କରିବା, ଟ୍ରିପଲ୍ ରାଇଡିଙ୍ଗ ନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଗାଡି ଧୀରେ ଚଳାଇବା ଏବଂ ଜୀବନ ରକ୍ଷା କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି।

ଆଜିର ଏହି ଯାଞ୍ଚ ସମୟରେ ଇନ୍ସୁରାନ୍ସ ନଥିବା କାରଣରୁ ୩ଟି ଅଟୋ ଏବଂ ହେଲମେଟ ପିନ୍ଧି ନଥିବା ଯୋଗୁଁ ୧୬ଟି ବାଇକ ଚାଳକଙ୍କୁ ଅନଲାଇନ ମାଧ୍ୟମରେ ଜୋରିମାନା କରାଯାଇଛି।
ରାସ୍ତା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଯାଞ୍ଚ ପ୍ରକ୍ରିୟା ଆଗାମୀ କିଛି ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ଜାରି ରହିବ ବୋଲି ବେଗୁନିଆପଡା ଥାନାଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି।
ଏହି ବ୍ଳକିଂ ଚେକିଂରେ ଏଏସଆଇ (ASI) ସମ୍ବିତ ଦାସ, କନେଷ୍ଟବଲ ସିମାଞ୍ଚଳ ପାତ୍ର, ସରୋଜ ଖୁଣ୍ଟିଆ, ରଂଜିତ ବେହେରାଙ୍କ ସମେତ ଥାନାର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।









