ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଗଞ୍ଜାମ ଜିଲ୍ଲାର ପ୍ରଥମ ଇ-ହୁଣ୍ଡି ପ୍ରଦାନ କଲା ଆଇଓବି ,ଅଞ୍ଚଳରେ ପ୍ରଶଂସା

ରିପୋର୍ଟ -ଶ୍ରୀକାନ୍ତ ସାବତ

 

ଧରାକୋଟ-୩୦/୪-ଦେବା ଦେବୀ ମନ୍ଦିର ନିର୍ମାଣ ହେଉ କିମ୍ବା ଏହାର ସୁପରିଚାଳନା ରେ ସ୍ୱଚ୍ଛତା ଆଣିବା ପାଇଁ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଜାହାଡା ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି ।ସଂପ୍ରତି ଧରାକୋଟ ବ୍ଲକର ଜାହାଡା ଗ୍ରାମରେ ମା କାଳୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେଶ ଉତ୍ସାହର ସହ ଚାଲିଛି ।

ଏହି ମନ୍ଦିର ନିର୍ମାଣ ଓ ଏହାର ସୁପରିଚାଳନା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଆର୍ଥିକ ଦାନ କରୁଛନ୍ତି ।ଏଥିରେ ସ୍ୱଚ୍ଛତା ରଖିବା ଏବଂ ଉପଯୁକ୍ତ ଭାବରେ ଦାନ ଅର୍ଥ ଯେପରି ସଂଗ୍ରହ ହେବ ଏହାକୁ ଦୃଷ୍ଟିରେ ଆଜି ସ୍ଥାନୀୟ ଜାହାଡା ଆଇ ଓ ବି ଶାଖା ତରଫରୁ ବ୍ରହ୍ମପୁର ଆଞ୍ଚଳିକ ପରିଚାଳକ ଖୁର୍ଶିଦ ରୱାନି ,ଶାଖା ପରିଚାଳକ ରାଜ ପ୍ରତୀକ ଦାସ ଙ୍କ କର କମଳରେ ଏକ ଇ ହୁଣ୍ଡି ମା କାଳୀ ଙ୍କ ମନ୍ଦିରକୁ ପ୍ରଦାନ କରାଯାଇଛି । ଜାହାଡା ଗ୍ରାମର ସ୍ୱପ୍ନେଶ୍ୱର ପରିଚାଳନା କମିଟି ଏହି ହୁଣ୍ଡିକୁ ଆଞ୍ଚଳିକ ପରିଚାଳକ ଙ୍କ ଠାରୁ ଗ୍ରହଣ କରିଥିଲେ।

ଏହା ଫଳରେ ଅନଲାଇନରେ ମାଁ ଙ୍କ ମନ୍ଦିର ପାଇଁ ଦାନ ରାଶି ସହଜରେ ଗ୍ରହଣ କରିହେବ ।ସଠିକ ତଥ୍ୟ ସହ ଚୋରିର ଭୟ ଦୂର ହେବ।ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ଆଇ ଓ ବି ତରଫରୁ ଏହି ପଦକ୍ଷେପ ନିଆଯାଇଛି। ଏ ସମ୍ପର୍କରେ ଆଲୋଚନା ବେଳେ ଆଞ୍ଚଳିକ ପରିଚାଳକ କହିଛନ୍ତି ଯେ,ଦାନ ରାଶିରେ ସ୍ୱଚ୍ଛତା,ସଠିକ ତଥ୍ୟ,ଚୋରି ରୋକିବା ସହ ସୁବିଧାରେ ଦାନ ଅର୍ଥ ଦେଣ ନେଣ ପାଇଁ ଏହି ଇ-ହୁଣ୍ଡି ବିଶେଷ ସହାୟକ ହେବ,ଆଗାମୀ ଦିନରେ ଅନ୍ୟାନ୍ୟ ମନ୍ଦିର ପାଇଁ ମଧ୍ୟ ଏହି ପଦକ୍ଷେପ ନିଆଯିବ ।ଆଇଓବି ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ବେଶ ପ୍ରଶଂସନୀୟ ହୋଇଛି ।

ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ୟାଙ୍କ ତରଫରୁ ଗୋପାଳ କୃଷ୍ଣ ବ୍ରହ୍ମା ଓଜାସ କୌଶିକ,ନିଖିଲ ସେଠୀ,ବିଶ୍ୱନାଥ ଆଚାରୀ,କାହ୍ନୁ ଚରଣ ଭୂୟାଁ,ସନାତନ ପଣ୍ଡା,ଜଗନ୍ନାଥ ଆଚାରୀ, ମଙ୍ଗୁଳୁ ରାଉତ,ବୁଲୁ ଦାସ,ବାବୁ ଭୂୟାଁ,ନିଶାମଣି ପଟନାୟକ ଓ ବିଷ୍ଣୁପ୍ରିୟା ଦଳାଇ ବ୍ୟାଙ୍କ ମିତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!