କେଶପୁର ସ୍ନାତକ ମହାବିଦ୍ୟାଳୟ ଠାରେ ଏକ ଦିବସୀୟ ପାଠଚକ୍ର

ରିପୋର୍ଟ-ମାଧବ ବେହେରା 

 

ଖଲିକୋଟ-କେଶପୁର ସ୍ନାତକ ମହାବିଦ୍ୟାଳୟ,ପଣ୍ତିତ ଗାଁ  ଠାରେ” ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ” ଶୀର୍ଷକ ଏକ ଦିବସୀୟ ପାଠଚକ୍ର ଆୟୋଜିତ ହୋଇଯାଇଛି ।ଏହି ଅବସରରେ ଓଡ଼ିଆ ବିଶ୍ଵ ବିଦ୍ୟାଳୟ, ସତ୍ୟବାଦୀ,ପୁରୀର କୁଳପତି ପ୍ରଫେସର ଡକ୍ଟର ସତ୍ୟନାରାୟଣ ଆଚାର୍ଯ୍ୟ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼ଃ ଶର୍ମିଷ୍ଠା ମହାପାତ୍ର ଯୋଗ ଦେଇ ଥିଲେ ।ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ ମଞ୍ଚ ପରିଚାଳନା,ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସନ୍ତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ପଲେଇ ସଭାପତିତ୍ବ କରିଥିଲେ ଓ ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ସ୍ମୃତି ବିଶ୍ଵାଳ ଏବଂ ଅଧ୍ୟାପିକା ଡ଼ଃ ପ୍ରଜ୍ଞା ପାରମିତା ସନ୍ଦର୍ଭ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇ ଥିଲା ନିମନ୍ତ୍ରିତ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ଡ଼ଃ ଵିନୋଦ ବିହାରୀ ପଟ୍ଟନାୟକ, କେଶପୁର କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଡ଼ଃ ଆର୍ଯ୍ୟ କୁମାରୀ ପ୍ରଜ୍ଞା ପାରମିତା, ଅଧ୍ୟାପିକା ଶ୍ରୀମତୀ ଜାନକୀ ସ୍ୱାଇଁ, ଅଧ୍ୟାପିକା ପ୍ରିତୀମୟୀ ରଥ, କିଶୋର ପଲାଇ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଯୋଗେନ୍ଦ୍ର ବାରିକ, ଗୋପପୁର କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଚିତ୍ରସେନ ଜେନା ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ସଂମ୍ପର୍କରେ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସୁଶ୍ରୀ ପୂଜା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସୁଶ୍ରୀ କୃପଳିନୀ ଆଚାର୍ଯ୍ୟ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ ।

ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ବିନୋଦ ବିହାରୀ ପଟ୍ଟନାୟକ,ଅଧ୍ୟାପିକା ସବିତା ପାଢ଼ୀ,ସଙ୍ଗୀତା ମିଶ୍ର,ଶୁଭସ୍ମିତା ଲେଙ୍କା,ନିବେଦିତା ବାରିକ,ଜସ୍ମିନ ନାୟକ ତପସ୍ଵିନୀ ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

और पढ़ें