ଟ୍ରକ ଧକ୍କାରେ ବୃଦ୍ଧ ମୃତ

ରିପୋର୍ଟ-ବିଜୟ କୁମାର ନାୟକ 

ବେଗୁନିଆପଡା-୨୭/୪-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ପଂଚାୟତ ଡାହିକି ଛକ ବୋରିଆ ସାହି ଠାରେ ଟ୍ରକ ଧକ୍କା ରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ବୋରିଆ ସାହି ର ଯୋଗୀ ବେହେରା ଙ୍କ ପୁଅ ଭ୍ରମର ବେହେରା ଅଙ୍ଗାରଗାଁରୁ ନିଜ ଘର ବୋରିଆ ସାହି କୁ ଯାଉଥିବା ବେଳେ ଗୋଟିଏ ହାଇବା ଟ୍ରକ ନମ୍ବର ଓଡି ୦୨ ଡିପି ୭୬୯୭ ଅଙ୍ଗାରଗାଁରୁ ବାଣପୁର ଦିଗରେ ଯାଉଥିଲା ।ଏହି ସମୟରେ ବୋରିଆ ସାହି ନିକଟରେ ଉକ୍ତ ଟ୍ରକ ଭ୍ରମରଙ୍କୁ ଧକ୍କା ଦେବା ଫଳରେ ଭ୍ରମର ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲେ । ଖବର ପାଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଟ୍ରକକୁ ଜବତ କରି ତଦନ୍ତ ଜାରିରଖିଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *

और पढ़ें