ରିପୋର୍ଟ – ମାଗୁଣୀ ମିଶ୍ର
ଭଞ୍ଜନଗର -୨୭/୪ : ଭଞ୍ଜନଗର ସହରରେ ଦିନକୁଦିନ ରୌଦ୍ରତାପ ବଢ଼ିବାରେ ଲାଗିଛି। ଗତକାଲି ମଧ୍ୟାହ୍ନ ସୁଦ୍ଧା ସହରରେ ୪୨° ଉତ୍ତାପ ରେକର୍ଡ ହୋଇଥିବା ବେଳେ ରାସ୍ତାଘାଟ ଶୁନଶାନ ହୋଇପଡୁଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଥଣ୍ଡା ପାନୀୟ, ଆଖୁରସ ଦୋକାନ ନିକଟରେ ଭିଡ଼ ପରିଲକ୍ଷିତ ହେଉଥିବାର ଦେଖା ଦେଇଛି। ସହରରେ ଜଳ ସଙ୍କଟ ମଧ୍ୟ ଦେଖାଦେଇଛି। ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସହର ବାସୀଙ୍କୁ ଅଧିକ ଭାରାକ୍ରାନ୍ତ କରୁଥିବାବେଳେ ବାରମ୍ବାର ବିଦ୍ୟୁତ କାଟ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ଦେଖାଦେଇଛି।

ନଇନାଳ ଶୁଖିଲା ପଡିଥିବାବେଳେ ଟ୍ୟାଙ୍କର ଯୋଗେ ପାଣି ପ୍ରଦାନ କରିବା ସକାଶେ ସାଧାରଣରେ ଦାବି ହେଉଛି। ସହର ମଧ୍ୟରେ ଯଥେଷ୍ଟ ପାନୀୟ ଜଳ ପ୍ରକୋଷ୍ଟ ଥିବାର ଦେଖାଯାଉନାହିଁ। ଏହିପରି ଅସହ୍ୟ ଗରମ ଅନୁଭୂତ ହେଲେ ଆଗକୁ ଆହୁରି ପରିସ୍ଥିତି ଜଟିଳ ହେବାର ଅନୁମାନ କରାଯାଉଛି।









