କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟୟ :ସ୍ବାଭିମାନ ସୁରକ୍ଷା ମଞ୍ଚର ଗଣ ଧାରଣା ନିଷ୍ପତ୍ତି

ରିପୋର୍ଟ -ବିଜୟ କୁମାର ନାୟକ

ବେଗୁନିଆପଡା-୨୮/୪-ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟୟ । ଜିଲ୍ଲା ପ୍ରଶାସନକୁ ଅବଗତ ପରେ ବି ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳବାସୀ। ପାଳି କରି ଡ୍ୟୁଟି କରୁଛନ୍ତି ଡାକ୍ତରମାନେ।କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୨୩ ଟି ପଞ୍ଚାୟତ ଓ ଗୋଟିଏ ଏନଏସି ର ଲୋକେ ନିର୍ଭରଶୀଳ। ହେଲେ ଏଠି ସବୁବେଳେ ଡାକ୍ତରଙ୍କ ଦେଖା ମିଳେନାହିଁ। ପାଳି କରି ଡ୍ୟୁଟି କରନ୍ତି ଡାକ୍ତର। ଯାହାଫଳରେ ରୋଗୀମାନେ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ଯାଉଛନ୍ତି ରୋଗୀ। ମେଡିକାଲର ଅବ୍ଯବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ।ମଞ୍ଚ ପକ୍ଷରୁ ଆସନ୍ତା ୫ ତାରିଖରେ ଗଣଧାରଣା ସହ ଏନେଇ ପ୍ରତିବାଦ କରାଯିବ ଏବଂ ପୁଣି ଥରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ପଦକ୍ଷେପ ନେବାକୁ ଦାବି କରାଯିବ ବୋଲି ସୂଚନା ମିଳିଛି।କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ସହ ଦନ୍ତ ବିଭାଗ ପ୍ରକୋଷ୍ଠରେ ତାଲା ପଡି ଯାଇଛି। ସେହିପରି ଚକ୍ଷୁ ବିଭାଗରେ ଅବ୍ଯବସ୍ଥା, ଡାଇରିଆ ଓ୍ବାର୍ଡ ବନ୍ଦ ହୋଇଯିବା , ନର୍ସ ଅଭାବ ସହ ଉକ୍ତ ହସ୍ପିଟାଲ ହସ୍ପିଟାଲରେ କର୍ମଚାରୀଙ୍କ ଏରିଅର ଟଙ୍କା ହଡ଼ପ ହୋଇଛି। ଯାହାକୁ ନେଇ ପ୍ରତିବାଦ କରାଯିବାକୁ ନିଷ୍ପତ୍ତି ନେଇଛି କୋଦଳା ସ୍ବାଭିମାନ ସୁରକ୍ଷା ଅଭିଯାନ ମଞ୍ଚ ।ଏନେଇ ଏକ ବୈଠକ କୋଦଳା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଆବାହକ ଦଣ୍ଡପାଣି ମହାପାତ୍ରଙ୍କ ଆବାହକତ୍ବରେ ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୂର୍ଯ୍ୟ ନାରାୟଣ ଦୋରା, ବରିଷ୍ଠ ନାଗରିକ ଲଷ୍ମୀ ନାରାୟଣ ଶତପଥୀ, ଶ୍ରୀ ଗଣେଷ ଯୁବକ ସଂଘ ସଭାପତି ସନ୍ତୋଷ କୁମାର ପ୍ରଧାନ, ଦୁର୍ଗା ପ୍ରସାଦ ଦାସ, ଚନ୍ଦନ ସ୍ବାଇଁ, ସୂର୍ଯ୍ୟ ନାରାୟଣ ବଡୁ, ସୁଶାନ୍ତ କୁମାର ପଟ୍ଟନାୟକ, ବସନ୍ତ ସ୍ବାଇଁ, ସନ୍ତୋଷ କୁମାର ନାୟକ, କାଉନସିଲର ମନୋରଞ୍ଜନ ଡାକୁଆଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ହସ୍ପିଟାଲର ଅବ୍ଯବସ୍ଥା କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଏନେଇ ଦୃଢ ପ୍ରତିବାଦ କରିବାକୁ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *

और पढ़ें