ରିପୋର୍ଟ -ବିଜୟ କୁମାର ନାୟକ
ବେଗୁନିଆପଡା-୨୭/୪-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ. ଛଚିନା ପଂଚାୟତ ଅନ୍ତର୍ଗତ ଉଜ୍ୱଳପଲ୍ଲୀ ଗ୍ରାମରେ ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ।ମୃତକ ଜଣକ ହେଲେ ଏହି ଗ୍ରାମର ଲୋକନାଥ ସାହୁ ଙ୍କ ପୁଅ ତ୍ରିନାଥ ସାହୁ ।ସେ ସୋମବାର ସକାଳେ ନିଜ ବିଲକୁ କୌଣସି କାମରେ ଯାଇଥିଲେ ।ତାପରେ ବିଲ ନିକଟରେ ଥିବା ପୁରୁଣା ବନ୍ଧ (ପୋଖରୀ ) ରେ ଗାଧୋଇବା ପାଇଁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଉକ୍ତ ପୋଖରୀ ଭିତରକୁ ଖସିପଡି ଥିଲେ ।ଉକ୍ତ ପୋଖରୀକୁ ଗାଧୋଇବାକୁ ଯାଇଥିବା ଅନ୍ୟ ଲୋକେ ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ ।ପରିବାର ଲୋକ ଓ ଗ୍ରାମର କିଛି ଲୋକ ସେଠାରେ ପହଂଚି ତ୍ରିନାଥ କୁ ବାହାର କରିଥିଲେ । ସେତେବେଳକୁ ସେ ମୃତ୍ୟୁ ବରଣ କରିଥିବା ଜାଣି ପୋଲିସ ଓ ଆର ଆଇ କୁ ଖବର ଦେଇଥିଲେ । ଏ ସମ୍ପର୍କରେ ତ୍ରିନାଥଙ୍କ ପୁତୁରା ସନିଆ ସାହୁ ବେଗୁନିଆପଡା ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ସବ ବ୍ୟବଛେଦ ପାଇଁ ପଠାଇବା ସହ ଅପମୃତ୍ୟୁ ମାମଲା ନମ୍ବର ୫ /୨୬ ରେ ରୁଜୁ କରି ତଦନ୍ତ ଜାରି ରଖିଛି ।ଏଥିସହିତ ପି. ନୁଆଁଗାଁ ଆର ଆଇ ଚନ୍ଦ୍ର ଶେଖର ସେଠୀ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି ।









