ରିପୋର୍ଟ-ଶ୍ରୀକାନ୍ତ ସାବତ
ଧରାକୋଟ-୨୦/୪-ଧରାକୋଟ ସ୍ଥିତ କଳା ବିକାଶ କେନ୍ଦ୍ର ପରିସରରେ ଗତ ରବିବାର ଆରମ୍ଭ ହୋଇଥିବା ପଣ୍ଡିତ ଦିନ ଦୟାଲ ଉପାଧ୍ୟକ୍ଷ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬ ଆସିକା ବିଜେପି ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ଏହା ଉଦଯାପିତ ହୋଇଯାଇଛି।ପୂର୍ବତନ ମଣ୍ଡଳ ସଭାପତି ୟୁ.ପାପା ରାଓ ଙ୍କ ଦ୍ଵାରା ପରିଚାଳିତ ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ବର୍ଗ ବକ୍ତା ଭାବରେ ସାଂସଦ ପ୍ରତିନିଧି ଯଜ୍ଞ ନାରାୟଣ ଦାସ,ବ୍ଲକ ସାଂସଦ ପ୍ରତିନିଧି ମୁନା ପ୍ରଧାନ,ଧରାକୋଟ ମଣ୍ଡଳ ସଭାପତି ପ୍ରଭାକର ପ୍ରଧାନ,ଜାହାଡା ମଣ୍ଡଳ ସଭାପତି ଜୀତେନ୍ଦ୍ର ବିଷୋୟୀ,ଘୁମୁସର ଜିଲ୍ଲା ଅନୁସୂଚିତ ଜାତି ସଭାପତି ମାନସ ନାୟକ,ଯୁବ ମୋର୍ଚ୍ଚା ସଭାପତି ମିଥୁନ ପ୍ରଧାନ,ଶ୍ରୀକାନ୍ତ ମହାପାତ୍ର,ହୃଷିକେଶ ସାହୁ, ଗୋପାଳ କୃଷ୍ଣ ମଲିକ,ଜୟସେନ ପ୍ରଧାନ, ସପନା କୁମାରୀ ପ୍ରଧାନ ମଣ୍ଡଳ କାର୍ଯ୍ୟକର୍ତ୍ତା ଗଗନ ବିହାରୀ ସ୍ୱାଇଁ, ଅଶୋକ ବରାଡ,ଲକ୍ଷ୍ମଣ ପାଣିଗ୍ରାହୀ, ଚୀନା ରେଡ୍ଡୀ,ଶରତ ରାଜ, ହିନେନ୍ଦ୍ର ନାୟକ, ୟୁ ଶିଳ୍ପା ରାଓ,ଗୀତାଞ୍ଜଳୀ ପ୍ରଧାନ,ଦେବାଶିଷ ମିଶ୍ର,ଲକ୍ଷ୍ମଣ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏଥିରେ ଶତାଧିକ କର୍ମୀଙ୍କୁ ଦଳୀୟ ସଙ୍ଗଠନ କୁ ସୁଦୃଢ଼ କରିବା,ଶୃଙ୍ଖଳିତ ହେବା,ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ର ଫାଇଦା ଯେପରି ଲୋକେ ପାଇପାରିବେ ସେଦିଗରେ ସମସ୍ତେ କାର୍ଯ୍ୟକରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।









