ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ପ୍ରତାପଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟର ସଫଳତା

ବେଲଗୁଣ୍ଠା-୧୮/୦୪-ସିବିଏସଇ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି I ବିଦ୍ୟାଳୟରେ ଅଧ୍ୟୟନ ରତ ମୋଟ ୮୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ସମସ୍ତ ୮୨ ଜଣ ଉତ୍ତୀର୍ଣ୍ଣ ହୋଇଥିବାରୁ ବିଦ୍ୟାଳୟର ପାସ୍ ହାର ଶତପ୍ରତିଶତ ରହିଛି I ସେଥିରୁ ପନ୍ଦର ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖିଥିବା ବେଳେ ଚାରି ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର୍ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି I ବିଦ୍ୟାଳୟର ଛାତ୍ରୀ ତେଜସ୍ୱିନୀ ପାତ୍ର ସର୍ବାଧିକ ୯୮.୮ ପ୍ରତିଶତ ନମ୍ବର୍ ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଛାତ୍ରୀ ଆରାଧନା ସ୍ୱାଇଁ ୯୭.୬ ପ୍ରତିଶତ,ଲରେନ କୁମାର ଭୋଳ ୯୬.୪ ପ୍ରତିଶତ ଏବଂ ସଞ୍ଜନା ସେଠୀ ୯୫ ପ୍ରତିଶତ ନମ୍ବର୍ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି I କୃତି ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ପିତାମାତା ଏବଂ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି I

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!