ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !! ବେଲଗୁଣ୍ଠାରେ ଉପାଧ୍ୟକ୍ଷା ପଦବୀ ପାଇଁ ଉପନିର୍ବାଚନ ୨୯ରେ:୨୦୨୪ ସାଧାରଣ ନିର୍ବାଚନ ପରେ ଅନାସ୍ଥାରେ ପଦ ହରାଇଥିଲେ ଉପାଧ୍ୟକ୍ଷା ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଲା ତାରସିଂ ପୋଲିସ ବେଲଗୁଣ୍ଠା ଅଞ୍ଚଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ସ୍ଵ-ଗଣନା ପାଇଁ ବେଲଗୁଣ୍ଠା ତହସିଲ୍ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ର

ବେଲଗୁଣ୍ଠା-୧୫/୦୪-ଆସନ୍ତା ଅପ୍ରେଲ୍ ଷୋହଳ ତାରିଖ ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଜନ ଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ I ଏହି ପ୍ରରିପ୍ରେକ୍ଷୀରେ ଅପ୍ରେଲ୍ ଏକ ତାରିଖ ଠାରୁ ଅପ୍ରେଲ୍ ପନ୍ଦର ତାରିଖ ପର୍ଯ୍ୟନ୍ତ ସ୍ୱ-ଗଣନା ଜାରି ରହିଥିଲା I ବେଲଗୁଣ୍ଠା ବ୍ଳକ୍ ରେ କିପରି ଅଧିକରୁ ଅଧିକ ଲୋକେ ସ୍ଵ-ଗଣନାରେ ସାମିଲ୍ ହୋଇପାରିବେ ସେନେଇ ବେଲଗୁଣ୍ଠା ତହସିଲ୍ ପକ୍ଷରୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯାଇଛି I ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠାର ଛଅଟି ରାଜସ୍ୱ ସର୍କଲ୍ ତଥା ବେଲଗୁଣ୍ଠା, ବଙ୍କା, ନେଟଙ୍ଗା, ଗୋବରା, ପାଇଲିପଡ଼ା ଏବଂ ଗାଙ୍ଗପୁରର ବିଭିନ୍ନ ଗ୍ରାମରେ ରାଜସ୍ୱ ନୀରିକ୍ଷକ ପ୍ରଦୀପ କୁମାର ଜେନା, ସୂର୍ଯ୍ୟନାରାୟଣ ବେହେରା, ସନ୍ତୋଷ ବେହେରା, ସନ୍ତୋଷିନୀ ନାୟକ, ପ୍ରସନ୍ନ ମଲ୍ଳିକ ଏବଂ ଗୌରୀ ଶଙ୍କର ସ୍ଵାଇଁଙ୍କ ସମେତ ଅନ୍ୟାନ୍ୟ ତହସିଲ୍ କର୍ମଚାରୀ ମାନେ ଉପସ୍ଥିତ ରହି ଜନ ସାଧାରଣଙ୍କୁ ସ୍ଵ – ଗଣନା ସମ୍ପର୍କରେ ସଚେତନ କରାଇବା ସହ ଏଥିରେ ବ୍ୟାପକ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ I ତହସିଲ୍ କର୍ମଚାରୀ ମାନେ ଜନ ସାଧାରଣଙ୍କୁ ସ୍ୱ- ଗଣନା ନିମନ୍ତେ ଥିବା ଡିଜିଟାଲ୍ ପୋର୍ଟାଲ୍,ଓଟିପି,ଡିଜିଟାଲ ମାନଚିତ୍ର,ଏସ୍ଇ ଆଇଡି ସମ୍ପର୍କରେ ବୁଝାଇବା ସହିତ ଲୋକଙ୍କ ସ୍ୱ- ଗଣନାରେ ସହଯୋଗ କରିଥିଲେ I ଏହା ସହିତ ତହସିଲଦାର ଶ୍ରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ତହସିଲ୍ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କୁ ତହସିଲ୍ କର୍ମାଚାରୀମାନେ ସ୍ୱ- ଗଣନା ସମ୍ପର୍କରେ ବୁଝାଇବା ସହିତ ସେମାନଙ୍କର ସ୍ୱ- ଗଣନା କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରୁ୍ଥିବା ଦେଖିବାକୁ ମିଳିଥିଲା I ପ୍ରକାଶ ଥାଉକି ବୁଧବାରଦିନ ସ୍ୱ-ଗଣନା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ପୂର୍ବରୁ ତାଲିମ୍ ପାଇଥିବା ଗଣନକାରୀ ଏବଂ ସୁପରଭାଇଜର ମାନଙ୍କ ଦ୍ୱାରା ଗୁରୁବାର, ଶୁକ୍ରବାର ଏବଂ ଶନିବାର ତିନିଦିନ ଧରି ଘର ଚିହ୍ନଟ କରାଯିବା ସହିତ ରବିବାର ଠାରୁ ଆସନ୍ତା ମଇ ମାସ ପନ୍ଦର ତାରିଖ ପର୍ଯ୍ୟନ୍ତ ଗୃହ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି I

ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର 

Leave a Reply

Your email address will not be published. Required fields are marked *

और पढ़ें

ଅର୍ଣ୍ଣବ ପ୍ରଭାବରେ ବେଲଗୁଣ୍ଠା ବ୍ଲକ୍‌ରେ ବନ୍ୟାର ତାଣ୍ଡବ;ଇଙ୍ଗିନାଠି ପଞ୍ଚାୟତର ୭ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ; ଲୋହରାଖଣ୍ଡି ନଦୀରେ ୧୫ରୁ ଊର୍ଦ୍ଧ୍ୱ ଘାଇ;ମୁଖ୍ୟ ରାସ୍ତା ଉପରେ ୪ ଫୁଟ ବନ୍ୟାଜଳ, ଯାତାୟାତ ଠପ୍‌; ୧୫୨ ମିଲିମିଟର ବର୍ଷା ରେକର୍ଡ

ବର୍ଷା କମିଲା, ବଢ଼ିଲା ବର୍ଷା ପରବର୍ତ୍ତୀ ଦୁର୍ଦ୍ଦଶା: ଗଛ ପଡ଼ିବଙ୍କା–ସୁରମଣୀ ରାସ୍ତା ଅବରୋଧ; ମାଆ ବ୍ରାହ୍ମଣଦେବୀ ମନ୍ଦିରରେ ୩ ଫୁଟ ପାଣି, ଭୋଗ ବନ୍ଦ; ଭୁଷୁଡ଼ିଲା ବାଳିକା ଉଚ୍ଚ ବିଦ୍ୟାଳୟର ପାଚେରୀ, ଚାଷୀଙ୍କ ଭାତ ହାଣ୍ଡି ଛଡାଇବ କି ଦଇବ !!