ବେଲଗୁଣ୍ଠା:-ରବିବାର ଥିଲା ବନ୍ଧୁତ୍ଵ ଦିବସ। ବନ୍ଧୁତ୍ଵ ଦିବସର ଶ୍ରେଷ୍ଠ ଉପହାର ସ୍ୱରୂପ ଏବଂ ନିଆରା ଢଙ୍ଗରେ ପାଳନ କରିଲେ ବେଲଗୁଣ୍ଠା ସହରର ୟୁନାଇଟେଡ କ୍ଳବ୍ ୯୯ । ବେଲଗୁଣ୍ଠାର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତଥା ‘ୟୁନାଇଟେଡ କ୍ଲବ ୯୯’, ‘ସମ୍ବାଦ ଆମ ଓଡିଶା’ ଏବଂ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ତନରଡା ୮ମ ବାଟାଲିୟନ ସ୍ୱତନ୍ତ୍ର ଆରକ୍ଷୀ ବାହିନୀର ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ମୁର୍ମୁ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆତିଶ୍ କୁମାର ସାହୁ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ସବିତା ବେହେରା,ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, କାଉନସିଲର ଏସ୍ ଭାସ୍କର ପାତ୍ର ଓ ଦିବ୍ୟରଞ୍ଜନ ଦାଶ,ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ,ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି, ବିଶିଷ୍ଟ ସମାଜସେବୀ ଦେବୀପ୍ରସାଦ ପାତ୍ର,ବିପିଏମ୍ ଦୁର୍ଗା ପ୍ରାସାଦ ପଟ୍ଟନାୟକ,ରାଜୀବ ଲୋଚନ ବେହେରା, ସୁର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶିବିରର ଶୁଭାରମ୍ଭ କରିଥିଲେ।

ସମାଜ ପାଇଁ କିଛି କରିବାର ନିଆରା ଲକ୍ଷ୍ୟ ନେଇ ବେଲଗୁଣ୍ଠା ସହରର ବିଭିନ୍ନ ଯୁବକ ତଥା ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ଶିବିରରୁ ସର୍ବମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ବିଶେଷ କରି ଏଥିରେ ୨୨ ଜଣ ନୂତନ ରକ୍ତଦାତା ସୃଷ୍ଟି ହୋଇଥିବା ବେଳେ, ପୂର୍ବରୁ ବିଭିନ୍ନ ସମୟରେ ରକ୍ତଦାନ କରିଥିବା ବହୁ ଯୁବକ ମଧ୍ୟ ରକ୍ତଦାନ କରି ନିଜକୁ ଧନ୍ୟ ମନେ କରିଥିଲେ। ସମସ୍ତ ରକ୍ତଦାତାଙ୍କୁ ଆୟୋଜକଙ୍କ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବେଲଗୁଣ୍ଠା ସମ୍ବାଦ ପ୍ରତିନିଧି ଏବଂ ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଏଥିରେ ୟୁନାଇଟେଡ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ଅନ୍ୟ ରକ୍ତଦାତାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ।ତା’ ସହିତ ବିଶେଷ କଥା ହେଉଛି, ୟୁନାଇଟେଡ କ୍ଲବ ୯୯ ର ସଦସ୍ୟମାନେ କେବଳ ପୁରାତନ ଛାତ୍ର ଭାବରେ ସୀମିତ ନ ରହି ସମାଜସେବା କ୍ଷେତ୍ରରେ ଯେଉଁ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି, ତାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସନୀୟ ହୋଇପାରିଛି।

ଆଜିର ଏହି ରକ୍ତଦାନ ଶିବିରରେ ୨୨ ଜଣ ନୂତନ ରକ୍ତଦାତା ସୃଷ୍ଟି ହୋଇଥିବା ବେଳେ କିଛି ବିରଳ ରକ୍ତ ମଧ୍ୟ ସଂଗ୍ରହ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମର ରକ୍ତଦାତା ମାନେ ହେଲେ ୟୁନାଇଟେଡ କ୍ଳବ୍ ୯୯ର କାଶୀନାଥ ସାହୁ,ସୁଶାନ୍ତ କୁମାର ସାହୁ,ଦିଲିପ ମହାରଣା,ମଧୂସୁଦନ ଦାଶ,ରଘୁନାଥ ପ୍ରଧାନ,ସିଏଚ୍ ଅରବିନ୍ଦ ପାତ୍ର, ନାରାୟଣ ପରିଡା,ମଦନ ବେହେର,ଜଗନ୍ନାଥ ଡାକୁଆଙ୍କ ସମେତ ସୁଧୀରକାନ୍ତ ରଥ,ନାରାୟଣ ବରାଡ,ଏସ୍ ଭାସ୍କର ପାତ୍ର,ସୀମାଞ୍ଚଳ ବେହେରା, ରବୀନ୍ଦ୍ର ଡାକୁଆ,ବିକ୍ରମ ସ୍ବାଇଁ, ବାଦଲ କୁମାର ପାତ୍ର, ଦୁର୍ଗା ପ୍ରାସାଦ ପଟ୍ଟନାୟକ, ବାଦଲ କୁମାର ପାତ୍ର,ଏସ୍ ସତ୍ୟ ନାରାୟଣ ପୃଷ୍ଟି,ସତ୍ୟ ନାରାୟଣ ପତି, ଦୁର୍ଗା ମାଧବ ଶତପଥୀ,ଅଜୟ କୁମାର ପାତ୍ର,ଟି ରାକେଶ କୁମାର ପାତ୍ର,ଏ ଶିବଶଙ୍କର ପାତ୍ର,ବି ସରୋଜ ପାତ୍ର, ପିଣ୍ଟୁ ସାହୁ,ବିଶ୍ୱନାଥ ବେହେରା, ରାଜୀବ କୁମାର ବେହେରା, ଭାବଗ୍ରାହୀ ମହାରଣା,ରିଙ୍କୁ ବିନ୍ଧାଣିରା,ଅଜୟ କୁମାର ସାହୁ,ଆଶୁତୋଷ ପାଳ,ଜି ବଳରାମ ପାତ୍ର, ସଚିଦାନନ୍ଦ ସାହୁ,ରାଜେଶ କୁମାର ଡାକୁଆ, ବାସୁଦେବ ପତି,ଏନ୍ ସିଲୁ ରେଡ୍ଡୀ,ସତ୍ୟ ନାରାୟଣ ବିଷୋୟୀ, ବନବାସ ସାହୁ, ଦେବେନ୍ଦ୍ର ସାହୁ,ପବିତ୍ର ମୋହନ ଦାଶ,ମନୋଜ ପାତ୍ର ଓ ରିତୁ କୁମାର ଦଳେଇ ।ଏହି କାର୍ଯ୍ୟକ୍ରମରେ ଦିଲିପ କୁମାର ଶତପଥୀ,ତୋଫାନ କୁମାର ସାହୁ,ଶିବରାମ ଚୌଧୁରୀ, ସରୋଜ କୁମାର ଶତପଥୀ,କ୍ଳବ୍ ୯୯ର ଅଶ୍ୱିନୀ କୁମାର ମହାନ୍ତି,ସନ୍ତୋଷ କୁମାର ସାହୁ,ସୁଶାନ୍ତ ବିଷୋୟୀ, ରାକେଶ ପାତ୍ର,ବାଳକୃଷ୍ଣ ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିବା ବେଳେ ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।









