ରିପୋର୍ଟ -ମାଗୁଣୀ ମିଶ୍ର, ଭଞ୍ଜନଗର
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ ‘ଚାଲାଣ ଦିନକୁ ଦିନ ବଢୁଛି। ବୁଧବାର ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଅଞ୍ଚଳରୁ ବୁଗୁଡ଼ା ଥାନା ଘୋଳପୁର ଅଞ୍ଚଳର କିଛି ବେପାରୀ କେରଳ ଗୋ ‘ଚାଲାଣ କରୁଥିଲେ। ଭଞ୍ଜନଗର ଥାନାର କର୍ମଚାରୀମାନେ ସେହି ରାସ୍ତାରେ ପେଟ୍ରୋଲିଂ କରୁଥିବା ଏଏସଆଇ ଶରତ ଚନ୍ଦ୍ର ପଣ୍ଡା ଏତେ ଗୋରୁ ଦେଖି ସନ୍ଦେହରେ ଅଭିଯୁକ୍ତମାନଙ୍କୁ ପଚାରିଥିଲେ।ଏହାପରେ ଉକ୍ତ ଗୋରୁ ସବୁ କେରଳ ଚାଲାଣ ହେଉଥିଲା ବୋଲି ଅଭିଯୁକ୍ତମାନେ ପୋଲିସ ସମ୍ମୁଖରେ ବୟାନ ଦେଇଥିଲେ। ଏହାପରେ ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ପରାମର୍ଶ କ୍ରମେ ଏନେଇ ଏକ ମାମଲା ରୁଜୁ ହେବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଗିରଫ ୪ ଜଣ ହେଲେ ଲକ୍ଷ୍ମଣ ଗୌଡ଼,ପ୍ରକାଶ ନାୟକ, ବୁଦ୍ଧଦେବ ପ୍ରଧାନ ଓ ଗଣେଶ ନାଇକ। ସେମାନଙ୍କ ଘର ବାଇବାଲି ଘୋଳପୁର। ଏଥିସହ ୧୦୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରି ଗୋ ‘ଶାଳାରେ ରଖିବା ବ୍ୟବସ୍ଥା କରାଯାଇଛି ।









